ବାଲି ବୋଝେଇ ହାଇଓ୍ବା ଧକ୍କାରେ ଦୁଇ ମୃତ

ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜଗନ୍ନାଥପୁର ଗ୍ରାମ‌ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ପ୍ରତାପଗିରି ଗ୍ରାମର ଵିଜି ଗୌଡ଼ (୫୫) ଓ‌‌ ନାଥ ଜେନା (୫୭)। ଉଭୟ ମିଶି ଶଗଡ଼ରେ ଜଙ୍ଗଲରୁ ବାଉଁଶ ବୋଝେଇ କରି କଉଡିଆ ଗ୍ରାମକୁ ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ହାଇଓ୍ବାଟି ସାମନା ପଟୁ ଧକ୍କା ଦେବା ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ହାଇଓ୍ବାକୁ ଜଵତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial