ରାଉରକେଲା ଆର୍‌ପିଏଫ୍‌ ଇନ୍ସପେକ୍ଟର ଅଫିସ୍ ଓ ଦଲାଲଙ୍କ ଘରେ ସିବିଆଇ ଚଢାଉ

ଅକ୍ଷର ବ୍ୟୁରୋ: ଆରପିଏଫ ଇନିସପେକ୍ଟର କମଲେଶ ସମାଦାରଙ୍କ ରାଉରକେଲା ଅଫିସ୍ ଓ ଘରେ ସିବିଆଇ ଚଢାଉ କରିଛି ।ରେଳବାଇ ଷ୍ଟେସନରେ ଭେଣ୍ଡରଙ୍କଠୁ ମାସିକଆ ବଟି ନେଉଥିଲେ ଆର୍‌ପିଏଫ୍‌ ଅଧିକାରୀ | ରାତି ପ୍ରାୟ ୧୦ ଟାରେ ସିବିଆଇର ସ୍ୱତନ୍ତ୍ର ଟିମ ଚଢ଼ାଉ କରିଛି । ଖଡ଼ଗପୁର ଡିଭିଜନରୁ ଆସି ଚକ୍ରଧରପୁର ଡିଭିଜନର ରାଉରକେଲା ରେଲୱେ ଷ୍ଟେସନରେ ଦାୟିତ୍ୱରେ ଥିଲେ ଶ୍ରୀଯୁକ୍ତ କମଲେଶ ସମାଦାର ।

ସୂଚନା ଅନୁଯାୟୀ, ଆର୍‌ପିଏଫ୍‌ ଇନ୍ସପେକ୍ଟର କମଲେଶ ଦୁଇ ଦଲାଲ ଅଜୟ ଓ ବିଟୁ ଜରିଆରେ ରାଉରକେଲା ଷ୍ଟେସନରେ ଭେଣ୍ଡରମାନଙ୍କୁ ଧମକ ଦେଇ ମାସିକିଆ ବଟି ଦେବାକୁ ବାଧ୍ୟ କରୁଥିଲେ। ଯେଉଁମାନେ ମାସିକଆ ବଟି ଦେଉ ନଥିଲେ, ସେମାନଙ୍କୁ ଷ୍ଟେସନର ପ୍ଳାଟଫର୍ମ ଓ ଟ୍ରେନ୍‌ ଭିତରେ ଭେଣ୍ଡିଂ କରିବାକୁ ଦେଉନଥିଲେ। ଏମିତି ଭାବେ ମାସକୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ ଏବଂ ୫୦% ଆର୍‌ପିଏଫ୍‌ କମଲେଶଙ୍କୁ ଦେଉଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)