ଅକ୍ଷର ବ୍ୟୁରୋ: ଗଂଜାମ ଜିଲ୍ଲା ଭଂଜନଗର ଥାନା ଶାର୍ଦୁଳ ଗାଁରେ ବିଦ୍ୟୁତ ଖୁଣ୍ଟରେ କାମ କରୁଥିବା ବେଳେ ଭଞ୍ଜନଗର ଟିପିଏସଓଡିଏଲ୍ ର ଜଣେ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି | ମୃତ କର୍ମଚାରୀ ହେଲେ ଦୁର୍ଗାମାଧବ ଜେନା | ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିବା କର୍ମଚାରୀ ଦୁର୍ଗାମାଧବ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ | ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଗତ ଦୁଇଦିନ ପୂର୍ବରୁ କାଳବୈଶାଖୀ ଯୋଗୁଁ ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା । ଟିପିଏସଓଡିଏଲ୍ ର ଅଧିକାରୀ ପହଞ୍ଚି, ବିଭାଗୀୟ ନିୟମ ପ୍ରକାରେ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି |
ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିଲା ବେଳେ ଚାଲିଗଲା ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ଜୀବନ














Leave a Reply