ଅକ୍ଷର ବ୍ୟୁରୋ: ଢେଙ୍କାନାଳ ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ବଡ଼ଝରା ନିକଟରେ ଚକା ଫାଟି ଓଲଟିଲା ପାଣି ବୋଝେଇ ଟାଟାଏସି । ଶତାଧିକ ଲିଟର ପାଣିବୋତଲ ଓ ଜାର ନଷ୍ଟ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ସୂଚନା ଅନୁଯାୟୀ, ଗାଡ଼ିଟି ତାଳଚେରରୁ କାମାକ୍ଷାନଗର ଅଭିମୁଖେ ଆସୁଥିବା ସମୟରେ ହଠାତ୍ ଚକା ଫାଟିଯାଇଥିଲା । ଚକା ଫାଟିଯିବା ପରେ ଡ୍ରାଇଭର ଗାଡ଼ିର ନିୟନ୍ତ୍ରଣ ହରାଇ ରାସ୍ତାରେ ଓଲଟି ପଡ଼ିଥିଲେ । ସମଗ୍ର ରାସ୍ତାରେ ପାଣି ବୋତଲ ଛିଟିଯାଇଥିବାରୁ କିଛି ସମୟ ପର୍ଯ୍ୟନ୍ତ ଯାତାୟାତରେ ବାଧାପ୍ରାପ୍ତ ହୋଇଥିଲା | ଏହି ଘଟଣାରେ ଡ୍ରାଇଭର ଅଳ୍ପକେ ଆହତ ହୋଇ ବର୍ତ୍ତି ଯାଇଛନ୍ତି |
ଚକା ଫାଟି ଓଲଟିଲା ପାଣି ବୋଝେଇ ଟାଟାଏସି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର












Leave a Reply