ଧାମ ବିବାଦର ପଡ଼ିଲା ପୂର୍ଣ୍ଣଚ୍ଛେଦ, ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ

ଅକ୍ଷର ବ୍ୟୁରୋ: ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ । ପୂର୍ବରୁ ଏହାକୁ ‘ଜଗନ୍ନାଥ ଧାମ’ କୁହାଯାଉଥିଲା |ଏହା ପରିବର୍ତ୍ତେ ଲେଖା ହେଲା ଜଗନ୍ନାଥ ‘ସାଂସ୍କୃତିକ କେନ୍ଦ୍ର’ । ଓଡ଼ିଶା ସରକାରଙ୍କ ଚିଠି ପରେ ଶୁଭେନ୍ଦୁଙ୍କର ଏହି ନିଷ୍ପତ୍ତି । ଧାମ ଶବ୍ଦ ହଟିବା ନେଇ ଗତକାଲି ବଡ ଘୋଷଣା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଲେଖାଯିବାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି । ଶ୍ରୀଜଗନ୍ନାଥଙ୍କ ଚାରିଧାମ ମଧ୍ୟରୁ ଓଡ଼ିଶାର ପୁରୀ ଅନ୍ୟତମ | ପୁରୀର ସ୍ୱତନ୍ତ୍ରତାକୁ ବଜାୟ ରଖିବା ପାଇଁ ଅନେକ ଜଗନ୍ନାଥ ପ୍ରେମୀ ଓ ସେବାୟତ ଏହାକୁ ନେଇ ଆପତ୍ତି ଉଠାଇଥିଲେ । ଏହି ପରିପ୍ରେକ୍ଷୀରେ, ଦୀଘା ମନ୍ଦିରକୁ ଏବେ କେବଳ ଜଗନ୍ନାଥ ‘ସଂସ୍କୃତି କେନ୍ଦ୍ର’ ଭାବେ ଅଭିହିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)