ଶାଶୁ ଓ ଶ୍ୱଶୁରଙ୍କୁ ନିଆଁ ଲଗାଇ ଜାଳିଦେଲା ଜ୍ଵାଇଁ; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଅକ୍ଷର ବ୍ୟୁରୋ: ଶାଶୁ ଓ ଶ୍ୱଶୁରଙ୍କୁ ନିଆଁ ଲଗାଇ ଜାଳିଦେଲା ଜ୍ଵାଇଁ । ମୟୂରଭଞ୍ଜ ଶୁଳିଆପଦା ଥାନା ପାକଟିଆ ନାଉପଦା ଗାଁରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ଵାଇଁ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାରିପଦା ପିଆର୍‌ଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଫେରାର ହୋଇଯାଇଛି ଅଭିଯୁକ୍ତ ଜ୍ଵାଇଁ ।

ସୂଚନା ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଛି । ଜ୍ୱାଇଁ ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଏହି ଘଟଣାରେ ଦୁହେଁ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ତୁରନ୍ତ ବାରିପଦା ପିଆର୍‌ଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଘଟଣା ପରେ ଅଭିଯୁକ୍ତ ଜ୍ୱାଇଁ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଶୁଳିଆପଦା ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)