ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ, ଡାକ୍ତରଖାନାରେ ଉତ୍ତେଜନା

ଅକ୍ଷର ବ୍ୟୁରୋ: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ହୋଇଛି | ଏନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି । ପ୍ରସବ ବେଦନା ଯୋଗୁ ଗତକାଲି ଚିଙ୍ଗେରବନ୍ଧ ଗାଁର ଶରତ ମେହେରଙ୍କ ସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ଡାକ୍ତର ନଥିବାରୁ ଡ୍ୟୁଟିରେ ଥିବା ନର୍ସ ଦେଖିଥିଲେ । ରାତିସାରା କଷ୍ଟ ପାଇବା ପରେ ଆଜି ସକାଳେ ମୃତ ସନ୍ତାନ ଜନ୍ମ ହୋଇଥିଲା । ଡାକ୍ତରଙ୍କ ଅବହେଳା ଯୋଗୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)