ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଅଳ୍ପକେ ଟଳିଯାଇଛି ଏକ ବଡ଼ ଅଘଟଣ। ସହରର ବ୍ୟସ୍ତବହୁଳ ଜୟଦେବବିହାର ଛକରେ ଏକ ଦ୍ରୁତଗତି ଟ୍ରକ୍ ଏକ କାରକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଦୁର୍ଘଟଣାରେ କାରରେ ଥିବା ବାପା ଓ ପୁଅ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଏହା ଏକ ବଡ଼ ବିପଦର ରୂପ ନେଇପାରୁଥିଲା।
ସୂଚନା ଅନୁଯାୟୀ, ଜୟଦେବବିହାର ଛକ ଦେଇ ଯାଉଥିବା ବେଳେ ଏକ ଦ୍ରୁତଗତି ଟ୍ରକ୍ ନିୟନ୍ତ୍ରଣ ହରାଇ କାରକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ପରେ ଟ୍ରକ୍ ଚାଳକ ଗାଡ଼ି ଅଟକାଇବା ପରିବର୍ତ୍ତେ ଘଟଣାସ୍ଥଳରୁ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ। ଦୁର୍ଘଟଣାରେ କାରଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ଭିତରେ ଥିବା ବାପା ଓ ପୁଅ ସୌଭାଗ୍ୟବଶତଃ ଗୁରୁତର ଆହତ ହୋଇନଥିଲେ। ତେବେ ଘଟଣା ପରେ ଜୟଦେବବିହାର ଛକରେ କିଛି ସମୟ ପାଇଁ ଟ୍ରାଫିକ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନର ଲମ୍ବା ଧାଡ଼ି ଲାଗି ରହିଥିଲା। ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଟ୍ରାଫିକ ବ୍ୟବସ୍ଥାକୁ ସ୍ୱାଭାବିକ କରିଥିଲା। ପରେ ଦୁର୍ଘଟଣାର କାରଣ ଏବଂ ଫେରାର ଟ୍ରକ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି। ନିକଟସ୍ଥ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି।












Leave a Reply