ଅକ୍ଷର ବ୍ୟୁରୋ: ରାଜ୍ୟର ୧୦୮ ଆମ୍ବୁଲାନ୍ସ ସେବାର ଅବ୍ୟବସ୍ଥା ପୁଣି ସାମ୍ନାକୁ ଆସିଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଗୌଡିୟ ମଠ ନିକଟରେ ଏକ ଚଳନ୍ତା ୧୦୮ ଆମ୍ବୁଲାନ୍ସର ଚକରୁ ନଟ ଖୋଲିଯାଇଥିବାରୁ ଟାୟାର ଅଧା ବାହାରିଯାଇଥିଲା। ଏହି ଅଘଟଣ ଯୋଗୁଁ ବଡ଼ ଦୁର୍ଘଟଣା ଟଳିଯାଇଥିଲା।
ସୂଚନା ଅନୁସାରେ, କପ୍ତିପଦା ଅଞ୍ଚଳର ନଛିପୁରରୁ ଜଣେ ପ୍ରସୂତି ମହିଳାଙ୍କୁ ଉଦଳା ମେଡିକାଲକୁ ନେଉଥିବା ସମୟରେ ଏହି ଘଟଣା ଘଟିଥିଲା। ହଠାତ୍ ଚକର ନଟ ଖୋଲିଯିବାରୁ ଗାଡ଼ିଟି ରାସ୍ତା କଡରେ ଅଟକିଯାଇଥିଲା। ଏହି ସମୟରେ ପ୍ରସୂତି ଓ ନବଜାତ ଶିଶୁ ଆମ୍ବୁଲାନ୍ସ ଭିତରେ ପ୍ରାୟ ଅଧ ଘଣ୍ଟା ଧରି ଫସି ରହିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅନ୍ୟ ଯାନର ବ୍ୟବସ୍ଥା କରାଯାଇ ତାଙ୍କୁ ହସ୍ପିଟାଲକୁ ପଠାଯାଇଥିଲା।












Leave a Reply