ଆଜି ବିଶ୍ୱ ପ୍ରସିଦ୍ଧ ପଖାଳ ଦିବସ

ଆଜି ହେଉଛି ବିଶ୍ୱ ପଖାଳ ଦିବସ। ଓଡିଆଙ୍କ ପାଇଁ ସବୁଠୁ ପ୍ରିୟ ଦିନଟିଏ। ଆମ ଓଡିଆ ଲୋକଙ୍କର ଭାବନା କହିଲେ ଚଳେ ପଖାଳ। ସକାଳୁ କିଛି ଥାଉନଥାଉ ଯଦି ହାଣ୍ଡିରେ ପଖାଳ ଗଣ୍ଡେ ଅଛି ତାହାଲେ ଆତ୍ମା ତୃପ୍ତି ବୋଲି ଜାଣ। ସେ ଗରିବ ହେଉ କି ଧନୀ ହେଉ, ବିଲରେ ଚାଷ କରୁଥିବା କୃଷକ ହେଉ କି ଅଫିସରେ କାମ କରୁଥିବା ଲୋକ ହେଉ ସମସ୍ତଙ୍କ ପ୍ରିୟ ଖାଦ୍ୟ ପଖାଳ। ପ୍ରାୟ ସମସ୍ତଙ୍କ ଦିନିଟିଏ ଆରମ୍ଭ ହୁଏ ଏହି ପଖାଳରୁ। ପଖାଳ ସାଙ୍ଗରେ କିଛି ଥାଉନଥାଉ ସାଧାରଣ ଖାଦ୍ୟ ଯେମିତିକି ଶାଗମୁଗ ହେଉ ବା ପାଣିପାଗ ଲଗେଇ ଆରାମ୍ ସେ ଖାଇଦେଇ ସେ ତା କାମରେ ବାହାରି ପଡେ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକ ଲୋକପ୍ରିୟ କରିବା ପାଇଁ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ।

ଖାଲି ଆମ ଓଡିଶା କାହିଁକି ବର୍ତ୍ତମାନ ତ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିସାରିଛି ପଖାଳ। ବହୁ ସେଲିବ୍ରିଟି ସହ ଭାରତର ଲୋକମାନେ ମଧ୍ୟ ଏହି ପଖାଳ ଦିବସକୁ ପାଳନ କରିବାର ଦେଖିବାକୁ ମିଳିଛି। ଏବେ ବିଶ୍ୱରେ ମଧ୍ୟ ପଖାଳର ଚାହିଦା ଦେଖିବାକୁ ମିଳିଲାଣି। ଏବେ ଛୋଟବଡ଼ ହୋଟେଲ ଓ ରେସ୍ତୋରାଁ ଗୁଡ଼ିକରେ ମଧ୍ୟ ବିଭିନ୍ନ ପ୍ରକାରର ଆଇଟମ୍ ସହ ପଖାଳ ପସ୍ତୁତ କରାଯାଉଛି। ତେବେ ଏବେକା ଦିନରେ ଛୋଟଠୁ ଆରମ୍ଭ କରି ବଡଯାଏଁ, ଛୁଆଠୁ ଆରମ୍ଭ କରି ବୁଢା ଯାଏଁ, ଗାଁ ଠୁ ଆରମ୍ଭ କରି ବିଦେଶ ଯାଏଁ ସମସ୍ତଙ୍କ ପ୍ରିୟ ପାଲଟିଛି ପଖାଳ।

ଆଜି ପଖାଳ ଦିବସକୁ ଆଖିରେ ରଖି ବିଭିନ୍ନ ହୋଟେଲ ଓ ରେସ୍ତୋରାଁମାନଙ୍କରେ ଏହାର ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ସ୍ଥାନରେ ମଧ୍ୟ କିଛି ସମାଜସେବୀମାନେ ପଖାଳ ସିବିର ଖୋଲି ମାଗଣାରେ ଲୋକଙ୍କ ପେଟ ଶାନ୍ତି କରୁଛନ୍ତି। ତେବେ ରାଜ୍ୟର ପ୍ରାୟ ସ୍ଥାନରେ ଲୋକେ ପଖାଳ ଦିବସକୁ ବହୁ ଆଡ଼ମ୍ବରରେ ପାଳନ କରୁଥିବାର ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)