ଅକ୍ଷର ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଅଞ୍ଚଳରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଢେଙ୍କାନାଳରୁ ରାଞ୍ଚି ଅଭିମୁଖେ କୁକୁଡ଼ା ବୋଝେଇ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ୍ ଡନ୍ ବସ୍କୋ ଛକ ନିକଟରେ ହଠାତ୍ ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗାଡ଼ିର ଚାଳକ ଗୁରୁତର ଆହତ ହୋଇଥିବାବେଳେ ଗାଡ଼ିଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି।
ସୂଚନା ଅନୁଯାୟୀ, କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଡନ୍ ବସ୍କୋ ଛକ ନିକଟରେ ପହଞ୍ଚିବା ପରେ ପିକ୍ଅପ୍ ଭ୍ୟାନ୍ଟି ହଠାତ୍ ନିୟନ୍ତ୍ରଣ ହରାଇଥିଲା। ପରେ ଗାଡ଼ିଟି ରାସ୍ତା ମଝିରେ ଥିବା ଡିଭାଇଡରକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କାର ପ୍ରଭାବ ଏତେ ତୀବ୍ର ଥିଲା ଯେ ଭ୍ୟାନ୍ର ଆଗ ଅଂଶ ଚୂରମାର ହୋଇଯାଇଥିଲା ଏବଂ ଡ୍ରାଇଭର ଗାଡ଼ି ଭିତରେ ଫସି ଗୁରୁତର ଭାବେ ଆହତ ହୋଇଥିଲେ।
ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେମାନଙ୍କ ତତ୍ପରତାରେ ଆହତ ଡ୍ରାଇଭରଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରାଯାଇ ତୁରନ୍ତ ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣାର ଖବର ପାଇ କୁଆଁରମୁଣ୍ଡା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି। ପୋଲିସ୍ ପକ୍ଷରୁ ଦୁର୍ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି। ପ୍ରାଥମିକ ଭାବେ ଅତ୍ୟଧିକ ବେଗ, ଚାଳକଙ୍କ ଅସାବଧାନତା କିମ୍ବା ଯାନ୍ତ୍ରିକ ତ୍ରୁଟି ଏହାର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।














Leave a Reply