ଅକ୍ଷର ବ୍ୟୁରୋ: ଓଡ଼ିଶା ପୁଲିସ୍ର ୧୪ତମ MAMSG ବୈଠକରେ ସାମୁଦ୍ରିକ ଅର୍ଥନୀତି ଓ ରାଜ୍ୟର ଆଗାମୀ ନୀତି ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, “ସମୁଦ୍ର ଆମ ପାଇଁ ସୀମା ନୁହେଁ, ଏହା ନିବେଶ ଓ ଉନ୍ନତିର ପ୍ରବେଶ ପଥ”। ବନ୍ଦର, ମତ୍ସ୍ୟ ଉଦ୍ୟୋଗ, ଗବେଷଣା ଓ ବ୍ଲୁ ଇକୋନୋମିକୁ ରାଜ୍ୟର ମୁଖ୍ୟ ସମ୍ପତ୍ତି ଭାବେ ଦେଖାଯାଉଥିବା ସେ ଉଲ୍ଲେଖ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ମତରେ, ଓଡ଼ିଶାରେ ଥିବା ୫୭୫ ବେଳାଭୂମିର ସୁରକ୍ଷା ରାଜ୍ୟ ସରକାରଙ୍କ ମୁଖ୍ୟ ଦାୟିତ୍ୱ। ସମନ୍ୱୟ ଭିତ୍ତିକ ଶାସନ ମାଧ୍ୟମରେ ରାଜ୍ୟକୁ ଆଗକୁ ନେବାର ନୂଆ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି। ଭାରତ ସମୁଦ୍ର ଆଧାରିତ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଆଗକୁ ବଢ଼ୁଛି ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଓଡ଼ିଶାର ସାଧବ ପୁଅମାନେ ପୂର୍ବ ଏସିଆ ଓ ଦକ୍ଷିଣ ଏସିଆ ସହ ମଜବୁତ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ, ଯାହାକୁ ପୁନର୍ବାର ଶକ୍ତିଶାଳୀ କରିବାକୁ ସରକାର ଲକ୍ଷ୍ୟ ନେଇଛି।ସେହିପରି ଗଞ୍ଜାମ ଜିଲ୍ଲାର ବାହୁଦା ଓ ମହାନଦୀ ଅବବାହିକାରେ ଦୁଇଟି ନୂଆ ପୋର୍ଟ ଗଢ଼ିଉଠୁଛି ବୋଲି ସେ ସୂଚନା ଦେଇଛନ୍ତି। ପ୍ରାୟ ୫୦ ହଜାର କୋଟି ଟଙ୍କା ବିନିଯୋଗରେ ଡିପ୍-ସି ପୋର୍ଟ ଓ ଆଧୁନିକ ପ୍ରଯୁକ୍ତି ସହିତ ଏଆଇ ଆଧାରିତ ବ୍ୟବସ୍ଥା ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ ହେବ। ମାଛଧରା ଡଙ୍ଗା ଓ ଟ୍ରଲର ସୁରକ୍ଷା ପାଇଁ ନୂତନ ଡିଭାଇସ୍ ବ୍ୟବସ୍ଥା କରାଯାଉଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ସାମୁଦ୍ରିକ ସୁରକ୍ଷା, ନିବେଶ ଓ ପ୍ରଯୁକ୍ତି ମିଶ୍ରଣରେ ଓଡ଼ିଶାକୁ ଏକ ଆଗୁଆ ରାଜ୍ୟ ଭାବେ ଗଢ଼ିବା ଲକ୍ଷ୍ୟ ନେଇ ସରକାର କାମ କରୁଥିବା ସେ ଜଣାଇଛନ୍ତି।














Leave a Reply