ଗଞ୍ଜାମରେ ବାଣ ବିସ୍ଫୋରଣ ଅଘଟଣ: ଘରେ ବାଣ ଭିଡୁଥିବାବେଳେ ବିସ୍ଫୋରଣ, ଯୁବକଙ୍କ ମୃତ୍ୟୁ, ବାପା–ମାଆ ଗୁରୁତର

ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗାଁରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟଣା ଘଟିଛି। ଘରେ ବାଣ ଭିଡୁଥିବା ସମୟରେ ହଠାତ୍ ବିସ୍ଫୋରଣ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା ଓ ମାଆ ଗୁରୁତର ଆହତ ହୋଇଛନ୍ତି| ମୃତକ ଯୁବକ ହେଲେ ସିଙ୍ଗପୁର ଗାଁର ଆକାଶ ଦାସ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପଡୋଶୀମାନଙ୍କ ସୂଚନା ଅନୁଯାୟୀ, ଘର ମଧ୍ୟରେ ବାଣ ତିଆରି/ଭିଡ଼ା ଚାଲିଥିବାବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା। ଏହି ଅଘଟଣରେ ମୃତ ଯୁବକଙ୍କ ଶରୀର ଘର ଠାରୁ ଅଳ୍ପ ଦୂରରେ ପଡ଼ିଥିବାର ଦେଖିବାକୁ ମିଳିଥିଲା l ଏଥିସହ ଘରର କାନ୍ଥ ମଧ୍ୟ ଭାଙ୍ଗିଯାଇଛି l ବାପା ଓ ମାଆ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ବ୍ରହ୍ମପୁର MKCG ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇ ପାଟପୁର ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ପଚରାଉଚରା ଆରମ୍ଭ କରିଛି। ବିସ୍ଫୋରଣର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)