ଆଜିଠୁ ସାରା ରାଜ୍ୟରେ ସକାଳୁଆ ହେବ ସ୍କୁଲ। ଗ୍ରୀଷ୍ମର ପ୍ରବାହକୁ ଆଖିରେ ରଖି ସରକାର ପିଲାଙ୍କ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି। ସକାଳ ୬.୩୦ରୁ ଆରମ୍ଭ କରି ଦିନ ୧୦.୩୦ ପର୍ଯ୍ୟନ୍ତ ଚାଲିବ ସ୍କୁଲ। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ଜାରି ହୋଇଛି। ତେବେ ଦିନକ ତଳେ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ହେବ ବୋଲି ରାଜସ୍ୱ ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ତେବେ ଦିନକୁ ଦିନ ପ୍ରବଳରୁ ଅତି ପ୍ରବଳ ଖରା ହେଉଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତାରିଖ ଓ ସମୟରେ ପରିବର୍ତ୍ତନ କରାଯାଇଛି । ସ୍କୁଲ୍ ଗୁଡିକରେ ପିଇବା ପାଣିର ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ଓଆରଏସ୍ ପ୍ୟାକେଟ୍ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ ।
ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ;୧୦.୩୦ ସୁଦ୍ଧା ସରିବ କ୍ଲାସ୍















Leave a Reply