ସ୍ୱାମୀ, ସ୍ତ୍ରୀ ଏବଂ ପ୍ରେମିକ; ବଳି ପଡିଲେ ସ୍ୱାମୀ

ବର୍ତ୍ତମାନ ଦୁନିଆରେ ବିଶ୍ୱାସ ଯଦି କରିବ ତ କରିବ କାହାକୁ। ଏଠି କେହି କାହାର ନୁହେଁ। ନା ସ୍ୱାମୀ ସ୍ତ୍ରୀର ନା ସ୍ତ୍ରୀ ସ୍ୱାମୀର। ବର୍ତ୍ତମାନ ଭାଇରାଲ ହେଉଥିବା ଏକ ମର୍ମନ୍ତୁଦ ଘଟଣା ସମସ୍ତଙ୍କୁ ଚକିତ କରିଛି। ଉତ୍ତରପ୍ରଦେଶର ମୀରଟରେ ଘଟିଥିବା ଏକ ଅଭାବନୀୟ ଘଟଣା ସ୍ୱାମୀ ସ୍ତ୍ରୀଙ୍କର ସମ୍ପର୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରେମିକ ପ୍ରେମରେ ପାଗଳ ହୋଇ ପତ୍ନୀ କରିଛି ସାଂଘାତିକ କାମ। ପ୍ରେମିକ ସହ ମିଶି ସ୍ତ୍ରୀ ମାରିଛି ନିଜ ସ୍ୱାମୀକୁ। ଘର ଭିତରୁ ପ୍ଲାଷ୍ଟିକ୍ ଡ୍ରମରୁ ଉଦ୍ଧାର ହୋଇଥିଲା ସ୍ୱାମୀଙ୍କ ମୃତଦେହ।

ସୌରଭ ଓ ତାଙ୍କ ପତ୍ନୀ ମୁସ୍କାନ ଏବଂ ୫ବର୍ଷର ଝିଅ ଉତ୍ତରପ୍ରଦେଶ ମୀରଟର ବ୍ରହ୍ମପୁରୀ ନିକଟସ୍ଥ ଇନ୍ଦିରାନଗରରେ ରହୁଥିଲେ। ସୌରଭ ରାଜପୁତ ଏବଂ ମୁସ୍କାନ ରସ୍ତୋଗୀ ୨୦୧୬ରେ ପରିବାର ସଦସ୍ୟଙ୍କ ବିନା ସହମତିରେ ପ୍ରେମ ବିବାହ କରିଥିଲେ। ଦୁହେଁ ନିଜ ଛୋଟ ପରିବାର ସହିତ ଗତ ୩ବର୍ଷ ହେଲା ଇନ୍ଦିରାନଗରରେ ରହୁଥିଲେ । ସୌରଭ ଜାଣିବାକୁ ପାଇଥିଲେ ତାଙ୍କ ପତ୍ନୀ ନିଜ ବନ୍ଧୁ ସାହିଲଙ୍କ ସହିତ ପ୍ରେମ ସମ୍ପର୍କରେ ଅଛନ୍ତି । ଏହାପରେ ଉଭୟଙ୍କ ମଧ୍ୟରେ ଝଗଡା ହେବା ସହିତ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଥିଲା । କିନ୍ତୁ, ଶେଷରେ ସୌରଭ ତାଙ୍କ ଝିଅର ଭବିଷ୍ୟତ ବିଷୟରେ ଚିନ୍ତା କରି ନିଜର ନିଷ୍ପତ୍ତି ବଦଳାଇ ଦେଇଥିଲେ ।

ଗତ ମାର୍ଚ୍ଚ ୪ ତାରିଖରେ ସୌରଭ ମୀରଟ ଆସିଥିଲେ । ଏହାପରେ ମୁସ୍କାନ ୧୦ ଦିନ ପୂର୍ବରୁ ସ୍ୱାମୀଙ୍କ ସହିତ ହିମାଚଳ ପ୍ରଦେଶ ବୁଲିବାକୁ ଯିବେ ବୋଲି ପଡୋଶୀଙ୍କୁ କହିଥିଲେ। ଏହାପରେ ସେ ଘରର ଗେଟରେ ତାଲା ପକାଇଦେଇଥିଲେ । ଏହାପରେ ଦୁହିଁଙ୍କୁ ଆଉ ଦେଖିବାକୁ ମିଳିନଥିଲା । ଉଭୟ ପୋଲିସକୁ ଦେଇଥିବା ବୟାନ ଅନୁଯାୟୀ, ମାର୍ଚ୍ଚ ୪ ତାରିଖରେ ମୁସ୍କାନ ସୌରଭଙ୍କ ଖାଇବାରେ ନିଦ ବଟିକା ମିଶାଇ ଦେଇଥିଲେ । ଏହାପରେ ସାହିଲ ତାଙ୍କୁ ଏକ ଛୁରୀ ସାହାଯ୍ୟରେ ହତ୍ୟା କରିଥିଲେ । ମୃତଦେହକୁ କାଟି ଖଣ୍ଡ ଖଣ୍ଡ କରି ଏକ ଡ୍ରମରେ ରଖି ସିମେଣ୍ଟରେ ସିଲ୍ କରିଦେଇଥିଲେ ।

ପଡୋଶୀମାନେ ସୌରଭଙ୍କ ବିଷୟରେ ପଚାରିବାରୁ, ମୁସ୍କାନ କହିଥିଲେ ସୌରଭ ହିଲ୍ ଷ୍ଟେସନକୁ ଯାଇଛନ୍ତି। ଏମିତିକି ନିଜ ପ୍ରେମିକ ସାହିଲ ସହ ମିଶି ସୌରଭଙ୍କ ମୋବାଇଲକୁ ମନାଲି ନେଇଥିଲେ। ଏହାପରେ ସୌରଭଙ୍କ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ ମଧ୍ୟ କରିଥିଲେ। କିନ୍ତୁ ସୌରଭ ଦୀର୍ଘ ଦିନ ଧରି ପରିବାର ସଦସ୍ୟଙ୍କ ଫୋନ୍ ନଉଠାଇବାରୁ ,ସେମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ସନ୍ଦେହ କରି ମୁସ୍କାନଙ୍କୁ ଗିରଫ କରି ପଚରାଉଚରା କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା। ପରେ ପୋଲିସ ମୁସ୍କାନଙ୍କ ଜରିଆରେ ତାଙ୍କ ପ୍ରେମିକକୁ ଗିରଫ କରି ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଥିଲା। ପରେ ଗିରଫ ଦୁଇ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ। କେମିତି ସୌରଭଙ୍କୁ ମାରିଥିଲେ ଏବଂ ମୃତଦେହକୁ କେମିତି ରଖିଥିଲେ ସବୁକିଛି ପୋଲିସ ଆଗରେ ମାନିଥିଲେ ଦୁହେଁ। ତେବେ ଏହି ପରିପେକ୍ଷୀରେ ମୁସ୍କାନଙ୍କ ବାପାଙ୍କୁ ପଚରାଯିବାରୁ ସେ କହିଛନ୍ତି ସେ ଭଳି ଝିଅକୁ ଫାସି ହେଇଯିବା ଦରକାର।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial