ବୃଦ୍ଧି ହେଲା ରବି ଧାନ କିଣା ଅବଧି, ଜୁଲାଇ ୩ ପର୍ଯ୍ୟନ୍ତ ବଢିଲା ଅବଧି : ଯୋଗାଣ ମନ୍ତ୍ରୀ

ଚଳିତ ରବି ଋତୁରେ ଏପର୍ଯ୍ୟନ୍ତ ୩ ଲକ୍ଷ ୩୬ ହଜାର ୫୨ ଜଣ କୃଷକଙ୍କଠାରୁ ୧୮ ଲକ୍ଷ ୭୯ ହଜାର ୯୧୯ ମେଟ୍ରିକ ଟନ୍ ଧାନ କିଣା ହୋଇଛି

ଭୁବନେଶ୍ୱର : ରାଜ୍ୟରେ ବଢିଲା ରବି ଧାନ କିଣା ଅବଧି ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ଯୋଗାଣ ବିଭାଗ ରାଜ୍ୟର ଏବେ ବି ୫ଟି ଜିଲ୍ଲାରେ ଚାଷୀଙ୍କ ଧାନ ପଡ଼ି ରହିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ୩ ଦିନ ମଧ୍ୟରେ ଉଠିଯିବ ସବୁ ଧାନ, ଆଉ ଅବଧି ବଢେଇବାର ଆବଶ୍ୟକତା ନାହିଁ ବୋଲ କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

୩ଟି ଜିଲ୍ଲାର ମଣ୍ଡିରେ ଏବେ ବି ପଡ଼ି ରହିଛି ଧାନ ତୁରନ୍ତ କରାଯିବ ସମାଧାନ : ଯୋଗାଣ ମନ୍ତ୍ରୀ

ନୂଆପଡା, ବାଲେଶ୍ଵର ସମେତ ଆଉ ୩ଟି ଜିଲ୍ଲାର ମଣ୍ଡିରେ ଏବେ ବି ପଡ଼ି ରହିଛି ଧାନ । ଚାଷୀ ଯେମିତି ଅସୁବିଧାର ସମ୍ମୁଖୀନ ନହେବେ, ସେଥିପାଇଁ ଧାନ କିଣା ସମୟ ସୀମାକୁ ୩ ତାରିଖ ଯାଏଁ ବଢ଼ାଯାଇଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଚଳିତ ରବି ଋତୁରେ ଏପର୍ଯ୍ୟନ୍ତ ୩ ଲକ୍ଷ ୩୬ ହଜାର ୫୨ ଜଣ କୃଷକଙ୍କଠାରୁ ୧୮ ଲକ୍ଷ ୭୯ ହଜାର ୯୧୯ ମେଟ୍ରିକ ଟନ୍ ଧାନ କିଣା ହୋଇଛି । ଚଳିତ ବର୍ଷ ସରକାର ୨୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟଧାର୍ଯ୍ୟ କରିଥିଲେ, ଯାହା ଆଗାମୀ ୩ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ବିଜେଡିର ଅଭିଯୋଗକୁ ମନ୍ତ୍ରୀ କଲେ ଖଣ୍ଡନ, କେବଳ ରାଜନୀତି କରୁଛି ବିଜେଡି

ଧାନ କିଣା ପ୍ରକ୍ରିୟାକୁ ନେଇ ବିଜେଡିର ଅଭିଯୋଗକୁ ମନ୍ତ୍ରୀ କହିଛନ୍ତି, ବିଜେଡି କେବଳ ରାଜନୀତି କରୁଛି । ତାଙ୍କ ସରକାର ସମୟରେ ୪ ଲକ୍ଷ ଟୋକନ ଲାପ୍ସ ହୋଇଥିଲା । କୃଷକ ଆତ୍ମହତ୍ୟାରେ କିଛି ଫରକ ପଡ଼ୁ ନଥିଲା । ୧୦୦ ଟଙ୍କା ବୋନସ ମଧ୍ୟ ଦେଉନଥିଲେ।  ଆମ ସରକାରରେ ଧାନ କିଣା ସୁରୁଖୁରୁରେ ଚାଲୁଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial