ଅକ୍ଷର ବ୍ୟୁରୋ: ରାଜ୍ୟର ଶିକ୍ଷା କ୍ଷେତ୍ରରେ ଆସିବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ। କେଜି ରୁ ପିଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଶିକ୍ଷା। ଆର୍ଥିକ ଅସୁବିଧା କାରଣରୁ କୌଣସି ଶିକ୍ଷାର୍ଥୀ ଯେପରି ପାଠପଢ଼ା ଛାଡ଼ିବାକୁ ବାଧ୍ୟ ନ ହୁଅନ୍ତି ଏବଂ ରାଜ୍ୟରେ ଡ୍ରପ୍ଆଉଟ୍ ହାର ହ୍ରାସ ପାଉ, ସେଥିପାଇଁ ରାଜ୍ୟ ସରକାର ଏହି ମହତ୍ୱାକାଙ୍କ୍ଷୀ ନିଷ୍ପତ୍ତି ନେଇଛନ୍ତି।
ସରକାରଙ୍କ ସୂଚନା ଅନୁସାରେ, ୨୦୨୬-୨୭ ଶିକ୍ଷାବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହା ମାଧ୍ୟମରେ ଶିକ୍ଷାକୁ ଅଧିକ ସମାବେଶୀ ଓ ସୁଗମ କରିବା ସହ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କୁ ସମାନ ସୁଯୋଗ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଗତକାଲି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମଞ୍ଜୁରି ମିଳିଛି। ବୈଠକରେ ୮ଟି ବିଭାଗ ସମ୍ପର୍କିତ ମୋଟ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ସେଥିମଧ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନାକୁ ସବୁଠାରୁ ବଡ଼ ନିଷ୍ପତ୍ତି ଭାବେ ଦେଖାଯାଉଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଆର୍ଥିକ ଦୁର୍ବଳ ପରିବାରର ହଜାର ହଜାର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ପହଞ୍ଚିବାର ସୁଯୋଗ ପାଇବେ। ସେହିପରି ରାଜ୍ୟରେ ଶିକ୍ଷାର ସାମଗ୍ରିକ ବିକାଶ ସହ ଡ୍ରପ୍ଆଉଟ୍ ହାର ହ୍ରାସ ପାଇବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।













Leave a Reply