ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଭାଲୁର ଉପସ୍ଥିତି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ବାହାରି ଆସିଥିବା ଭାଲୁଟି ନୀଳଗିରି ମାର୍କେଟ ଅଞ୍ଚଳର ମୁଖ୍ୟ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଭାଲୁଟି ଖାଦ୍ୟ ସନ୍ଧାନରେ ଜନବସତି ମଧ୍ୟକୁ ପ୍ରବେଶ କରିଥିଲା। ସେହି ସମୟରେ କିଛି ଲୋକ ନିଜ କାମ ସାରି ଘରକୁ ଫେରୁଥିବା ବେଳେ ହଠାତ୍ ରାସ୍ତାରେ ଭାଲୁକୁ ଦେଖି ଭୟଭୀତ ହୋଇପଡ଼ିଥିଲେ।
ଲୋକଙ୍କ ଗହଳି ଦେଖି ଭାଲୁଟି କାହାକୁ ଆକ୍ରମଣ ନକରି ରାସ୍ତା ପାର୍ଶ୍ୱକୁ ଦୌଡ଼ି ପଳାଇଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଭୟର ପରିବେଶ ସୃଷ୍ଟି ହୋଇଥିଲା।ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ଖାଦ୍ୟ ଅଭାବ କିମ୍ବା ବାସସ୍ଥାନ ସଙ୍କୁଚିତ ହେବା ଯୋଗୁଁ ବନ୍ୟଜନ୍ତୁମାନେ ବେଳେବେଳେ ଜନବସତି ମୁହାଁ ହେଉଥିବା ଘଟଣା ଦେଖିବାକୁ ମିଳୁଛି। ତେଣୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା, ରାତିରେ ଏକାକୀ ଯାତାୟାତ ନ କରିବା ଏବଂ ବନ୍ୟଜନ୍ତୁ ଦେଖିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ଭାଲୁଟିର ଗତିବିଧି ଉପରେ ବନ ବିଭାଗ ନଜର ରଖିଥିବା ସୂଚନା ମିଳିଛି।














Leave a Reply