ଅକ୍ଷର ବ୍ୟୁରୋ: ଦିଲ୍ଲୀ ଗସ୍ତରେ ଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାତିରେ ନୂଆଦିଲ୍ଲୀ ସ୍ଥିତ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସାକ୍ଷାତ କରିଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଉଭୟ ନେତା ବିଭିନ୍ନ ସାଙ୍ଗଠନିକ ଓ ରାଜନୈତିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଥିବା ସୂଚନା ମିଳିଛି।
ଏହି ସାକ୍ଷାତକୁ ଆନୁଷ୍ଠାନିକ ଭାବେ ସୌଜନ୍ୟମୂଳକ ବୈଠକ ବୋଲି କୁହାଯାଉଥିଲେ ମଧ୍ୟ, ରାଜନୈତିକ ମହଲରେ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ଓଡ଼ିଶା ବିଜେପିର ସାଙ୍ଗଠନିକ କାର୍ଯ୍ୟକଳାପ, ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ଏବଂ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ବିଭିନ୍ନ ନିଗମ ଓ ବୋର୍ଡ ପଦବି ପୂରଣ ନେଇ ଗୁରୁତ୍ୱର ସହ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି।
ଓଡ଼ିଶାରେ ବିଜେପି ସରକାର ଗଠନ ପରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ଦଳ ଗୁରୁତ୍ୱ ଦେଉଥିବା ବେଳେ, ଏହି ବୈଠକକୁ ସେହି ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି। ଯଦିଓ ବୈଠକର ଆଲୋଚନା ସମ୍ପର୍କରେ ଦଳ ପକ୍ଷରୁ କୌଣସି ଔପଚାରିକ ବିବୃତ୍ତି ଜାରି କରାଯାଇନାହିଁ, ତଥାପି ଏହାର ରାଜନୈତିକ ଗୁରୁତ୍ୱକୁ ନେଇ ଚର୍ଚ୍ଚା ଜାରି ରହିଛି।
















Leave a Reply