ଅକ୍ଷର ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ୍ ଅନ୍ତର୍ଗତ ଡୋକରିଚଞ୍ଚରା ପର୍ଯ୍ୟଟନସ୍ଥଳୀରେ ଘଟିଛି ଏକ ଦୁଃଖଦ ଅଘଟଣ। ଡୋକରି ପାହାଡ଼ରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ, ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ସୂଚନା ଅନୁଯାୟୀ, ପର୍ଯ୍ୟଟନସ୍ଥଳୀ ନିକଟରୁ ଯୁବକଙ୍କ ଏକ ବାଇକ୍ ଠାବ କରାଯାଇଛି। ତେବେ ସେ କିଭଳି ପାହାଡ଼ରୁ ତଳକୁ ଖସିପଡ଼ିଲେ, ଏହା ଏକ ଦୁର୍ଘଟଣା ନା ଅନ୍ୟ କୌଣସି କାରଣ ରହିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହାଛଡ଼ା ଯୁବକ ଜଣକ ଏକାକୀ ପର୍ଯ୍ୟଟନସ୍ଥଳୀକୁ ଆସିଥିଲେ କିମ୍ବା ତାଙ୍କ ସହ ଅନ୍ୟ କେହି ଥିଲେ, ସେ ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ। ଏହି ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଥିବା ବେଳେ ପୁଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନଭିନ୍ ଜାରି ରଖିଛି। ମୃତକଙ୍କ ପରିଚୟ ଚିହ୍ନଟ ଓ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତକୁ ଜୋରଦାର କରିଛି। ତଦନ୍ତ ରିପୋର୍ଟ ଆସିବା ପରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।















Leave a Reply