‘ଶିମିଳିପାଳ ବଞ୍ଚିଲେ ମୟୂରଭଞ୍ଜ ବଞ୍ଚିବ’; ଦାଦନମୁକ୍ତ ଜିଲ୍ଲା ଗଠନ ଦାବିରେ ଉଦଳାରେ ମଶାଲ ଶୋଭାଯାତ୍ରା

ଅକ୍ଷର ବ୍ୟୁରୋ: ଶିମିଳିପାଳର ସମ୍ପୂର୍ଣ୍ଣ ସୁରକ୍ଷା, ପର୍ଯ୍ୟଟନ ଶିଳ୍ପର ବିକାଶ ଓ ମୟୂରଭଞ୍ଜରୁ ଦାଦନ ସମସ୍ୟା ଦୂରୀକରଣ ଦାବିରେ ଉଦଳାରେ ଅନୁଷ୍ଠିତ ହୋଇଛି ବିଶାଳ ମଶାଲ ଶୋଭାଯାତ୍ରା। ଭଞ୍ଜସେନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ କାର୍ଯ୍ୟକର୍ତ୍ତା ଓ ସମର୍ଥକ ସାମିଲ ହୋଇ ଜନଜାଗରଣର ବାର୍ତ୍ତା ଦେଇଥିଲେ। ଦାଦନ ହଟିବ, ମୟୂରଭଞ୍ଜ ହସିବ ସ୍ଲୋଗାନକୁ ମୂଳ ଆହ୍ୱାନ କରି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନକ୍ରମେ ଏହି ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଉଦଳା ଏନଏସି ଅଞ୍ଚଳର ମେନ୍ ମାର୍କେଟରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ସହରର ପ୍ରମୁଖ ବଜାର ଓ ରାସ୍ତା ପରିକ୍ରମା କରିଥିଲା।

ଭଞ୍ଜସେନା ଉପଖଣ୍ଡ ସଭାପତି ରାକେଶ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦେଇ ଶିମିଳିପାଳର ପରିବେଶ ସୁରକ୍ଷା, ପ୍ରାକୃତିକ ସମ୍ପଦର ସଠିକ୍ ବ୍ୟବହାର, ପର୍ଯ୍ୟଟନ ଶିଳ୍ପର ବିକାଶ ଏବଂ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ରୋଜଗାର ସୁଯୋଗ ସୃଷ୍ଟି କରି ମୟୂରଭଞ୍ଜକୁ ଦାଦନମୁକ୍ତ ଜିଲ୍ଲାରେ ପରିଣତ କରିବାକୁ ଦାବି କରିଥିଲେ। ସଂଗଠନ ପକ୍ଷରୁ କୁହାଯାଇଛି, ଶିମିଳିପାଳର ସୁରକ୍ଷା ଓ ପର୍ଯ୍ୟଟନର ସୁଦୃଢ଼ ବିକାଶ ହେଲେ ସ୍ଥାନୀୟ ଲୋକଙ୍କ ପାଇଁ ବ୍ୟାପକ ରୋଜଗାର ସୃଷ୍ଟି ହେବ ଏବଂ ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ହେବ। ମଶାଲ ଶୋଭାଯାତ୍ରା ମାଧ୍ୟମରେ ଭଞ୍ଜସେନା ଜିଲ୍ଲାର ବିକାଶ, ପରିବେଶ ସୁରକ୍ଷା ଓ ଆତ୍ମନିର୍ଭର ମୟୂରଭଞ୍ଜ ଗଠନ ପାଇଁ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବା ସହ ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପହଞ୍ଚାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)