ରାଖି ପୂର୍ଣ୍ଣିମାରେ ମହିଳାଙ୍କ ଖାତାକୁ ‘ସୁଭଦ୍ରା’ ଟଙ୍କା!

ଅକ୍ଷର ବ୍ୟୁରୋ: ରାଜ୍ୟର ମହିଳା ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆସନ୍ତା ଅଗଷ୍ଟ ୨୮, ରାଖି ପୂର୍ଣ୍ଣିମା ଅବସରରେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ‘ସୁଭଦ୍ରା’ ଯୋଜନାର ଟଙ୍କା ପଠାଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ଏଥିପାଇଁ ନୟାଗଡ଼ରେ ରାଜ୍ୟସ୍ତରୀୟ ସମାରୋହ ଆୟୋଜନ କରାଯିବ। ଏହି ଅବସରରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାର ଆର୍ଥିକ ସହାୟତା ପାଇବେ ବୋଲି ସୂଚନା ମିଳିଛି। ଏଥରର ସୁଭଦ୍ରା କିସ୍ତିରେ ବିଶେଷ ଗୁରୁତ୍ୱ ରହିଛି। ପ୍ରଥମଥର ପାଇଁ ଆବେଦନ କରିଥିବା ଯୋଗ୍ୟ ମହିଳା ହିତାଧିକାରୀମାନେ ମଧ୍ୟ ଟଙ୍କା ପାଇବେ। ଏଭଳି ଯୋଗ୍ୟ ଆବେଦନକାରୀଙ୍କୁ ପୂର୍ବ କିସ୍ତି ସହ ମୋଟ ୫ଟି କିସ୍ତିର ଟଙ୍କା ମିଳିବ ବୋଲି କୁହାଯାଇଛି। ସୁଭଦ୍ରା ଯୋଜନାର ନିୟମ ଅନୁଯାୟୀ, ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଆର୍ଥିକ ସହାୟତା ଦିଆଯାଉଛି। ରାଖି ପୂର୍ଣ୍ଣିମା ଅବସରରେ ଏହି ଟଙ୍କା ପ୍ରଦାନ ହେବାକୁ ଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ମହିଳାଙ୍କ ଆର୍ଥିକ ସଶକ୍ତୀକରଣକୁ ଗୁରୁତ୍ୱ ଦେଇ ଚାଲିଥିବା ‘ସୁଭଦ୍ରା’ ଯୋଜନାର ଟଙ୍କା ରାଖି ପୂର୍ଣ୍ଣିମାରେ ପ୍ରଦାନ କରାଯିବାକୁ ନେଇ ରାଜ୍ୟର ମହିଳା ହିତାଧିକାରୀଙ୍କ ମଧ୍ୟରେ ଆଶା ଓ ଉତ୍ସାହ ବଢ଼ିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial