ବାହାଘର ନାଁରେ ଠକୁଥିଲେ ମାଆ-ଝିଅ; ଆନ୍ଧ୍ର ବର କରିଦେଲା ପର୍ଦ୍ଦାଫାଶ୍

ବାହାଘର ନାଁରେ ଠକୁଥିଲେ ମାଆ-ଝିଅ। ବାହା ହେବେ କହି ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ନେଇ ହେଇଥିଲେ ଫେରାର୍। ଠିକ୍ ସେହିପରି ଭୁବନେଶ୍ୱରରେ ରହୁଥିବା ଜଣେ ଆନ୍ଧ୍ର ଯୁବକକୁ ବିବାହ କରିବେ କହି ଠକିଛନ୍ତି ମା-ଝିଅ। ସମ୍ପୂର୍ଣ୍ଣ ରୀତିନୀତି ପରି ରେଷ୍ଟୁରାଣ୍ଟରେ ବରଘର ପରିବାର ସହ ଦେଖା ସାକ୍ଷାତ ହୋଇଥିଲା। ଆଉ ଏହାପରେ ସର୍ବ ସମ୍ମତି କ୍ରମେ ସମ୍ପୂର୍ଣ୍ଣ ଆନ୍ଧ୍ର ରୀତିନୀତିରେ ନିର୍ବନ୍ଧ ହୋଇଥିଲା। ମାତ୍ର ବହାଘର ଦିନ ଚମ୍ପଟ୍ ମାରିଥିଲେ ମାଆ ଏବଂ ଝିଅ। ବହୁ ଚେଷ୍ଟା ପରେ ବି ତାଙ୍କ ସହ କୌଣସି ଯୋଗାଯୋଗ ନହେବାରୁ ଏନେଇ ପୁଅ ଘର ପକ୍ଷରୁ ନୟାପଲ୍ଲୀ ଥାନାରେ ଅଭିଯୋଗ କରାଯାଇଥିଲା। ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ଶେଷରେ ନୟାଗଡରୁ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ତେବେ ସେ ପୁଅଘର ଠାରୁ ଆଣିଥିବା ସୁନାଗହଣା ସହ ଟଙ୍କା ମଧ୍ୟ ଜବତ କରିଛି ପୋଲିସ। ପୂର୍ବରୁ ମଧ୍ୟ ଏହି ମାଆ, ଝିଅଙ୍କ ନାଁରେ ଠକେଇ ଅଭିଯୋଗ ଥିଲା। ଲେବର୍ କାର୍ଡ କରାଇ ଦେବାକୁ କହି ଲୋକଙ୍କୁ ଠକିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)