ନେପାଳ ବିପର୍ଯ୍ୟୟ ମଧ୍ୟରେ ବଡ଼ ଆଶ୍ୱସ୍ତି: ସୁରକ୍ଷିତ ଭାରତ ଫେରିଲେ ପୁରୀର ୩ ନାଗରିକ

ଅକ୍ଷର ବ୍ୟୁରୋ: ନେପାଳରେ ବନ୍ୟା ଓ ବିପର୍ଯ୍ୟୟ ମଧ୍ୟରେ ଫସିଥିବା ପୁରୀର ୩ ଜଣ ନାଗରିକଙ୍କୁ ନେଇ ଆସିଛି ଆଶ୍ୱସ୍ତିର ଖବର । ଶେଷରେ ସୁରକ୍ଷିତ ଭାବେ ନେପାଳ ସୀମା ପାର୍‌ କରି ଭାରତରେ ପ୍ରବେଶ କରିଛନ୍ତି ପୁରୀର ଏହି ୩ ଜଣ । ନେପାଳର କପିଳବସ୍ତୁ ଚେକ୍‌ପୋଷ୍ଟ ଦେଇ ସେମାନେ ସୀମା ପାର୍‌ କରିବା ପରେ ଭାରତର ରକ୍ସୌଲ ଚେକ୍‌ପୋଷ୍ଟରେ ପହଞ୍ଚିଥିବା ସୂଚନା ମିଳିଛି ।

ନେପାଳରେ ପ୍ରବଳ ବନ୍ୟା ଓ ବିପର୍ଯ୍ୟୟ ପରିସ୍ଥିତି ଯୋଗୁଁ ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଏଭଳି ସ୍ଥିତିରେ ନେପାଳରେ ଫସିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିଲା । ଏହି ତିନି ଜଣଙ୍କ ସହ ଯୋଗାଯୋଗ ଓ ସୁରକ୍ଷାକୁ ନେଇ ମଧ୍ୟ ପରିବାର ଲୋକେ ଚିନ୍ତିତ ଥିଲେ । ତେବେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି । ନେପାଳରୁ ସୁରକ୍ଷିତ ଭାବେ ଭାରତ ପ୍ରବେଶ କରିବା ପରେ ଏବେ ସେମାନଙ୍କ ଘରକୁ ଫେରିବା ବାଟ ଖୋଲିଛି । ପୁରୀର ଏହି ୩ ଜଣ ସୁରକ୍ଷିତ ଥିବା ଖବର ପାଇବା ପରେ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial