ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ଚାଞ୍ଚଲ୍ୟ । ଦାମ୍ପତ୍ୟ ବିବାଦକୁ କେନ୍ଦ୍ର କରି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାପରେ ତାଙ୍କ ସ୍ୱାମୀ ମଧ୍ୟ ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ବାଙ୍ଗିରିପୋଷି ଅଞ୍ଚଳରେ କୌଣସି ଏକ କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ବିବାଦ ପରେ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାପରେ ସ୍ୱାମୀ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଘଟଣା ପରେ ଗୁରୁତର ସ୍ୱାମୀଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଘଟଣା ସମ୍ପର୍କରେ ଖବର ପାଇ ବାଙ୍ଗିରିପୋଷି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦାମ୍ପତ୍ୟ ବିବାଦର ପ୍ରକୃତ କାରଣ କ’ଣ ଥିଲା, ଘଟଣା କିପରି ଘଟିଲା ଏବଂ ଏହା ପଛରେ ଆଉ କୌଣସି କାରଣ ରହିଛି କି ନାହିଁ—ସେନେଇ ପୁଲିସ ଖୋଳତାଡ଼ ଜାରି ରଖିଛି । ତଦନ୍ତ ପରେ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ ।













Leave a Reply