ପାଣିଖାଲକୁ ଖସିଲା କାର୍‌, ଚାଲିଗଲା ଦମ୍ପତିଙ୍କ ଜୀବନ

ପାରାଦୀପ: ପାରାଦୀପ ଗଡ଼ ବଜାର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ଏକ କାର୍‌ ପାଣିଖାଲକୁ ଖସିପଡ଼ିବାରୁ କାର୍‌ରେ ଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି । ମୃତକ ଦମ୍ପତି ହେଲେ ବିଭୂତି ଭୂଷଣ ଦାସ ଓ ତାଙ୍କ ପତ୍ନୀ ପ୍ରତିମା ଦାସ । ସୂଚନା ଅନୁସାରେ, ଗଡ଼ ବଜାର ନିକଟରେ ଯାଉଥିବା ବେଳେ କାର୍‌ଟି ଡିଭାଇଡରରେ ଧକ୍କା ହୋଇଥିଲା । ଏହାପରେ ଭାରସାମ୍ୟ ହରାଇ କାର୍‌ଟି ପାଣିଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି । ଦୁର୍ଘଟଣାରେ କାର୍‌ରେ ଥିବା ବିଭୂତି ଭୂଷଣ ଦାସ ଓ ପ୍ରତିମା ଦାସଙ୍କ ମୃତ୍ୟୁ ଘଟିଛି । ମୃତ ବିଭୂତି ଭୂଷଣ ଦାସ ପାରାଦୀପ ବନ୍ଦରର ମେରାଇନ୍ ବିଭାଗରେ କାର୍ଯ୍ୟରତ ଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ଲକ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । କାର୍‌ଟି କେଉଁ ପରିସ୍ଥିତିରେ ଡିଭାଇଡରରେ ପିଟି ହୋଇ ପାଣିଖାଲକୁ ଖସିଲା, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial