ଅକ୍ଷର ବ୍ୟୁରୋ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜାମଶୋଳା ନିକଟ ସୁବର୍ଣ୍ଣରେଖା ନଦୀ ପୋଲ ଉପରୁ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଘଟଣାକୁ ନେଇ ଚାଞ୍ଚଲ୍ୟ । ନିଖୋଜ ଯୁବକ ହେଲେ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଅଞ୍ଚଳର ୩୨ ବର୍ଷୀୟ ରାସବିହାରୀ ବେହେରା ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ରାସବିହାରୀ ବାଇକ୍ରେ ଆସି ଜାମଶୋଳାସ୍ଥିତ ସୁବର୍ଣ୍ଣରେଖା ନଦୀ ପୋଲ ଉପରେ ଗାଡ଼ି ରଖିଥିଲେ । ଏହାପରେ ସେ ନଦୀ ଆଡ଼କୁ ଯାଇଥିବା ଦେଖିବାକୁ ମିଳିଥିଲା । ପରେ ତାଙ୍କର କୌଣସି ପତ୍ତା ମିଳିନଥିବା ଜଣାପଡ଼ିଛି । ଖବର ପାଇ ଝାଡ଼ଖଣ୍ଡର ବହଡ଼ାଗୋଡ଼ା ପୁଲିସ, ଝାରପୋଖରିଆ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନଦୀରେ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ରାସବିହାରୀ କେଉଁ କାରଣରୁ ଏଭଳି ପଦକ୍ଷେପ ନେଇଥିଲେ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାର ସମ୍ପୂର୍ଣ୍ଣ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି । ନିଖୋଜ ଯୁବକଙ୍କ ସନ୍ଧାନ ମିଳିବା ନେଇ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ।












Leave a Reply