ଭୁବନେଶ୍ୱର: ଭୋଗରାଇରୁ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍। ନନ୍ଦନକାନନରେ ଓରାଙ୍ଗଉଟାନଙ୍କୁ ଯତ୍ନର ସହ ରଖାଯାଇଥିବା ବେଳେ ସେମାନଙ୍କୁ ସ୍ଥାୟୀ ଭାବେ ନନ୍ଦନକାନନରେ ରଖିବାକୁ ସେଣ୍ଟ୍ରାଲ ଜୁ ଅଥରିଟି (Central Zoo Authority)ଙ୍କ ଅନୁମତି ମଗାଯାଇଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି। ଓରାଙ୍ଗଉଟାନ ନନ୍ଦନକାନନରେ ରହିଲେ ଚିଡ଼ିଆଖାନାର ଶୋଭା ବଢ଼ିବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ିବ ବୋଲି ସେ କହିଛନ୍ତି। ଓରାଙ୍ଗଉଟାନଙ୍କୁ କିଏ ଆଣିଲା ଏବଂ କେଉଁଠୁ ଅଣାଗଲା, ସେନେଇ ତଦନ୍ତ ଜାରି ରହିଛି। ଏହାର ତଦନ୍ତ ପାଇଁ ଏୟାରପୋର୍ଟ ଓ ରେଲୱେ ଷ୍ଟେସନର CCTV ଫୁଟେଜ୍ ଯାଞ୍ଚ କରାଯାଉଛି। ଏହାସହ ଜଳପଥରେ ସେମାନଙ୍କୁ ଅଣାଯାଇଥିବା ସମ୍ଭାବନାକୁ ନେଇ କୋଷ୍ଟଗାର୍ଡ ସହ ମଧ୍ୟ ଆଲୋଚନା ଚାଲିଥିବା ମନ୍ତ୍ରୀ କହିଛନ୍ତି।
ଓରାଙ୍ଗଉଟାନମାନଙ୍କୁ ଦେଶର କୌଣସି ଚିଡ଼ିଆଖାନାରୁ ଚୋରି କରି ଅଣାଯାଇଥିଲା କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯାଉଛି। ଏଥିପାଇଁ ଦେଶର ବିଭିନ୍ନ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଯଦି କେହି ଚିଡ଼ିଆଖାନାରୁ ଓରାଙ୍ଗଉଟାନ ଚୋରି କରି ଆଣିଥିବେ, ତେବେ ସେନେଇ ମଧ୍ୟ ଯାଞ୍ଚ ଓ କଥାବାର୍ତ୍ତା ଚାଲିଛି। ଏବେ ନନ୍ଦନକାନନରେ ଓରାଙ୍ଗଉଟାନଙ୍କ ଯତ୍ନ ନିଆଯାଉଥିବା ବେଳେ ସ୍ଥାୟୀ ଭାବେ ସେମାନଙ୍କୁ ରଖିବା ପାଇଁ ଅନୁମତି ମିଳିବ କି ନାହିଁ, ତାହା ଉପରେ ନଜର ରହିଛି। ଅନ୍ୟପଟେ ଓରାଙ୍ଗଉଟାନଙ୍କ ଉତ୍ସ ଓ ଓଡ଼ିଶାକୁ ସେମାନଙ୍କ ଆସିବାର ପ୍ରକୃତ ରହସ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।














Leave a Reply