ରେଳ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବୃନ୍ଦାବାଡ଼ି ନିକଟରେ ଚାଲିଗଲା ଜୀବନ

ଅକ୍ଷର ବ୍ୟୁରୋ: ରେଳ ଧକ୍କାରେ ପ୍ରାଣ ହରାଇଲା ଦନ୍ତା ହାତୀ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବୃନ୍ଦାବାଡ଼ି ନିକଟରେ ଗତକାଲି ରାତିରେ ଘଟିଛି ଏହି ଦୁଃଖଦ ଘଟଣା। ଚାଟିକଣା-ଥେରୁବାଲି ଷ୍ଟେସନ୍‌ ମଧ୍ୟବର୍ତ୍ତୀ ବୃନ୍ଦାବାଡ଼ି ନିକଟରେ ରେଳଧାରଣା ପାର ହେଉଥିବା ସମୟରେ ଏକ ଦନ୍ତା ହାତୀ ଟ୍ରେନ୍‌ ଧକ୍କାର ଶିକାର ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା।

ଘଟଣା ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗର ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ହାତୀଟି କେଉଁ ପରିସ୍ଥିତିରେ ରେଳଧାରଣାକୁ ଆସିଥିଲା ଏବଂ ଠିକ୍‌ କିଭଳି ଦୁର୍ଘଟଣା ଘଟିଲା, ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ଭାବେ ରେଳଧାରଣା ପାର ହେଉଥିବା ବେଳେ ଟ୍ରେନ୍‌ ଧକ୍କାରେ ଦନ୍ତା ହାତୀଟି ପ୍ରାଣ ହରାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ରେଳଧାରଣା ନିକଟରେ ହାତୀ ଚଳପ୍ରଚଳ ଏବଂ ଏଭଳି ଦୁର୍ଘଟଣା ରୋକିବା ନେଇ ମଧ୍ୟ ଘଟଣାଟି ପୁଣିଥରେ ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial