କିଟ୍‌ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଜାତୀୟ ମାନବାଧିକାର ଆୟୋଗ

କିଟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ କିଟ୍‌ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଜାତୀୟ ମାନବାଧିକାର ଆୟୋଗ(NHRC) । ମାର୍ଚ୍ଚ ୬ରୁ ୮ ତାରିଖ ଦୁଇ ଦିନ ତଦନ୍ତ କରିଥିଲେ NHRCର ଦୁଇଜଣିଆ ଟିମ୍‌ । ତଦନ୍ତ ରିପୋର୍ଟ ଦାଖଲ ପରେ କିଟ୍‌ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଇଛି । ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ NHRC । କିଟ୍‌ ବିଶ୍ବବିଦ୍ୟାଳୟର ଆଇଆରଓ, ବିଶ୍ବବିଦ୍ୟାଳୟର ଶୃଙ୍ଖଳାଗତ କମିଟି ତଥା କଲେକ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା NHRC ଦର୍ଶାଇଛନ୍ତି । ଘଟଣାକୁ ହାଲୁକା ଭାବେ ନେଇଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। କଲେଜ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କର ସୁରକ୍ଷାକୁ ନେଇ ଆଦୌ ଚିନ୍ତା କରିନଥିଲେ ଏବଂ ସେମାନଙ୍କୁ କ୍ୟାମ୍ପସରୁ ବାହାର କରି ଦିଆଯାଇଥିଲା ବୋଲି NHRC ଉଲ୍ଲେଖ କରିଛନ୍ତି । ସେହିପରି ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ତଦନ୍ତ ଅଗ୍ରଗତି ବାବଦରେ ପୋଲିସ କମିଶନରଙ୍କୁ ଜଣାଇବା ପାଇଁ NHRC ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)