ଭୁବନେଶ୍ୱର: ରାଜଧାନୀର ୟୁନିଟ୍-୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ପରେ ଏବେ ଆକ୍ସନ୍ ମୋଡ୍ରେ BMC ଓ BDA। ରାସ୍ତାକଡ଼ରେ ଥିବା ଦୋକାନଗୁଡ଼ିକ ଉପରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ। ଅମାନିଆ ଭାବେ ଦୋକାନ ଚଳାଉଥିବା ବ୍ୟବସାୟୀଙ୍କ ଦୋକାନ ଭାଙ୍ଗୁଛି ପ୍ରଶାସନ। BMC ଓ BDAର ମିଳିତ ଟିମ୍ ଆଜି ଉଚ୍ଛେଦ କାର୍ଯ୍ୟ ଚଳାଇଥିବା ବେଳେ ଘଟଣାସ୍ଥଳରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।
ସୂଚନା ଅନୁସାରେ, ୟୁନିଟ୍-୧ ହାଟରେ ରାସ୍ତାକଡ଼ରେ ଥିବା ଦୋକାନୀମାନଙ୍କୁ ପୂର୍ବରୁ ଅନ୍ୟତ୍ର ଜାଗା ଦିଆଯାଇଥିଲା। ତେବେ ଜାଗା ନ ଛାଡ଼ି ରାସ୍ତାକଡ଼ରେ ଦୋକାନ ରଖିଥିବା ବ୍ୟବସାୟୀଙ୍କ ବିରୋଧରେ ଏବେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି ପ୍ରଶାସନ। ଗତକାଲି ଦୋକାନୀମାନଙ୍କୁ ନୋଟିସ୍ ଦିଆଯାଇଥିବା ବେଳେ ଆଜିଠାରୁ ଉଚ୍ଛେଦ ଆରମ୍ଭ ହୋଇଛି।
BMC ଓ BDAର ମିଳିତ ଟିମ୍ ଦୋକାନ ଭାଙ୍ଗୁଥିବା ବେଳେ ଘଟଣାସ୍ଥଳରେ ପୋଲିସ୍ ଫୋର୍ସ ମୁତୟନ ରହିଛି। ତେବେ ଗତକାଲି ନୋଟିସ୍ ଦେଇ ଆଜି ହଠାତ୍ ଦୋକାନ ଭଙ୍ଗାଯାଉଥିବା ଅଭିଯୋଗ କରି ପ୍ରଶାସନ ଉପରେ ବର୍ଷିଛନ୍ତି କିଛି ଦୋକାନୀ। ଉଚ୍ଛେଦକୁ ନେଇ ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବାରୁ ଯେକୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ସହ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ୍ ମୁତୟନ କରାଯାଇଛି। ବାରମ୍ବାର ଅଗ୍ନିକାଣ୍ଡ ଘଟଣା ପରେ ହାଟ ଅଞ୍ଚଳରେ ରାସ୍ତା ଓ ଯାତାୟାତ ବ୍ୟବସ୍ଥାକୁ ସୁଗମ କରିବା ସହ ଅନଧିକୃତ ଦୋକାନ ହଟାଇବା ଉପରେ ପ୍ରଶାସନ ଏବେ ଗୁରୁତ୍ୱ ଦେଇଛି।














Leave a Reply