ଭୁବନେଶ୍ୱର: ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ପୁଣି ନୀତିକାନ୍ତି ବନ୍ଦ । ସେବାୟତଙ୍କ ମଧ୍ୟରେ ଉପୁଜିଥିବା ବିବାଦକୁ ନେଇ ଗତକାଲି ରାତି ପ୍ରାୟ ୧୧ଟାରୁ ମନ୍ଦିରରେ ନୀତିକାନ୍ତି ବନ୍ଦ ଥିବା ସୂଚନା ମିଳିଛି । ଫଳରେ ଠାକୁରଙ୍କ ନୀତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହୋଇପାରିନାହିଁ ।
ସୂଚନା ଅନୁସାରେ, ସେବାୟତଙ୍କ ମଧ୍ୟରେ କୌଣସି ଏକ ବିଷୟକୁ ନେଇ ବିବାଦ ଉପୁଜିଥିଲା । ଏହାପରେ ମନ୍ଦିରର ନୀତିକାନ୍ତି ବନ୍ଦ ରହିଥିବା ଜଣାପଡ଼ିଛି । ରାତି ପ୍ରାୟ ୧୧ଟାରୁ ନୀତି ବନ୍ଦ ରହିବା ଯୋଗୁଁ ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ବିଭିନ୍ନ ନୀତି ସମ୍ପନ୍ନ ହୋଇପାରିନାହିଁ । ଦୀର୍ଘ ସମୟ ଧରି ନୀତିକାନ୍ତି ବନ୍ଦ ରହିବାରୁ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର ସେବାୟତ ବିବାଦକୁ ନେଇ ନୀତି ବିଳମ୍ବିତ ହେଉଥିବାରୁ ଏହାର ପ୍ରଭାବ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସହ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ପଡ଼ୁଛି । ତେବେ ସେବାୟତଙ୍କ ମଧ୍ୟରେ ବିବାଦର ପ୍ରକୃତ କାରଣ କ’ଣ ଏବଂ କେବେ ନୀତିକାନ୍ତି ସ୍ୱାଭାବିକ ହେବ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।














Leave a Reply