ଭୁବନେଶ୍ୱର: ଚର୍ଚ୍ଚିତ କଟକ ଚୌଦ୍ୱାର ଜେଲ୍ ମିନିଟ୍ ବୁକ୍ ହେରଫେର ଏବଂ କଏଦୀ ଫେରାର ଘଟଣାକୁ ନେଇ ଆଇନଗତ ପ୍ରକ୍ରିୟା ଜାରି ରହିଛି। ଏହି ମାମଲାରେ ଚୌଦ୍ୱାର ଜେଲ୍ ସୁପରିଟେଣ୍ଡଣ୍ଟ ସୁଜିତ କୁମାର ରାଉଳଙ୍କ ଆଗୁଆ ଜାମିନ ଆବେଦନକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ ମାମଲା ସମ୍ପର୍କିତ ଏକ ସତ୍ୟପାଠ କୋର୍ଟରେ ଦାଖଲ କରାଯାଇଛି।
ସତ୍ୟପାଠ ଦାଖଲ ସମୟରେ ମାମଲା ସମ୍ପର୍କିତ ଅଧିକ ତଥ୍ୟ, କାଗଜପତ୍ର ଏବଂ ପ୍ରମାଣ କୋର୍ଟରେ ଉପସ୍ଥାପନ ପାଇଁ ସୁଜିତ ରାଉଳଙ୍କ ପକ୍ଷର ଓକିଲ ଅତିରିକ୍ତ ସମୟ ମାଗିଥିଲେ। ଉଭୟ ପକ୍ଷର ଓକିଲଙ୍କ ଆବେଦନକୁ ବିଚାର କରି ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ସୁଜିତ କୁମାର ରାଉଳଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିଲା। ଏହାପରେ ସେ ଆଗୁଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଚୌଦ୍ୱାର ଜେଲ୍ରେ ମିନିଟ୍ ବୁକ୍ ହେରଫେର ଓ କଏଦୀ ଫେରାର ଭଳି ଘଟଣାକୁ ନେଇ ମାମଲାଟି ଗୁରୁତ୍ୱ ବହନ କରୁଥିବା ବେଳେ, ଏବେ ସୁପ୍ରିମକୋର୍ଟର ପରବର୍ତ୍ତୀ ଶୁଣାଣି ଉପରେ ନଜର ରହିଛି। ଆସନ୍ତା ସପ୍ତାହର ଶୁଣାଣିରେ ମାମଲା ସମ୍ପର୍କିତ ଆହୁରି କେଉଁ ତଥ୍ୟ ଓ ଦଲିଲ କୋର୍ଟରେ ଉପସ୍ଥାପିତ ହେଉଛି, ତାହା ଉପରେ ମଧ୍ୟ ନଜର ରହିବ।














Leave a Reply