ନାଇଜର ହଷ୍ଟେଲରେ ଅଘଟଣ: ଭାଗିରଥୀ ଛାତ୍ରାବାସରୁ ପଡ଼ି ଛାତ୍ର ମୃତ

ଭୁବନେଶ୍ୱର: ଭୁବନେଶ୍ୱର ନାଇଜର ପରିସରରୁ ଆସିଛି ଦୁଃଖଦ ଖବର। ନାଇଜରର ଭାଗିରଥୀ ଛାତ୍ରାବାସରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ଭିନୟ ସନ୍ୟାସୀ ଭେଙ୍କଟ। ତାଙ୍କ ଘର ମହାରାଷ୍ଟ୍ରର ନାଗପୁରରେ। ଭିନୟ ନାଇଜରରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ସିଏର ତୃତୀୟ ବର୍ଷର ଛାତ୍ର ଥିଲେ। ତେବେ କେଉଁ ପରିସ୍ଥିତିରେ ସେ ଛାତ୍ରାବାସରୁ ତଳକୁ ପଡ଼ିଲେ, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ସମ୍ପର୍କରେ ଖବର ପାଇ ଜଟଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପରେ ମୃତଦେହକୁ ଭୁବନେଶ୍ୱର ଏମ୍‌ସକୁ ପଠାଯାଇଛି। ଘଟଣାର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ହିଁ ଛାତ୍ରଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial