ସମ୍ବଲପୁର: ପରିତ୍ୟକ୍ତ କ୍ରସର ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଚାଞ୍ଚଲ୍ୟ। ସମ୍ବଲପୁର ଶାସନ ଥାନା ଅଧୀନ ଗିରିପାଲି ଅଞ୍ଚଳରେ ଏକ ପରିତ୍ୟକ୍ତ କ୍ରସର ନିକଟରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ଘଟଣାଟି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ସଦର ଥାନା ଅଧୀନ କବରାପାଲି ଅଞ୍ଚଳର ଜଣେ ଯୁବକଙ୍କୁ ଗତ ୧୯ ତାରିଖରୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ଯୁବକଙ୍କ ସନ୍ଧାନ ଜାରି ରହିଥିବାବେଳେ ଗିରିପାଲିର ଏକ ପରିତ୍ୟକ୍ତ କ୍ରସର ଅଞ୍ଚଳରୁ ଅଜଣା ଯୁବକଙ୍କ ମୃତଦେହ ମିଳିଛି।
ଏହାପରେ ଉଦ୍ଧାର ହୋଇଥିବା ମୃତଦେହଟି ଅପହୃତ ଯୁବକଙ୍କର କି ନୁହେଁ, ତାହାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ମୃତଦେହ ମିଳିବା ପରେ ଶାସନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହ ସଦର ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅପହରଣ ଅଭିଯୋଗ ଓ ମୃତଦେହ ମିଳିବା ଘଟଣା ମଧ୍ୟରେ କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ଯାଞ୍ଚ କରୁଛି। ପ୍ରଥମେ ମୃତ ଯୁବକଙ୍କ ପରିଚୟ ନିଶ୍ଚିତ କରିବା ଦିଗରେ ପୁଲିସ ତଦନ୍ତ କରୁଛି। ଏହାସହ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ମଧ୍ୟ ତଦନ୍ତ ଜାରି ରହିଛି। ପୋଷ୍ଟମର୍ଟମ୍ ରିପୋର୍ଟ ଓ ପୁଲିସ ତଦନ୍ତ ପରେ ଯୁବକଙ୍କ ମୃତ୍ୟୁ ହତ୍ୟା ନା ଅନ୍ୟ କୌଣସି କାରଣରୁ ଘଟିଛି, ସେନେଇ ସ୍ପଷ୍ଟ ତଥ୍ୟ ମିଳିପାରିବ।













Leave a Reply