ସମ୍ବଲପୁର: ମହାନଦୀରେ ବଢୁଛି ଜଳପ୍ରବାହ। ଉପରମୁଣ୍ଡରୁ ଜଳ ପ୍ରବେଶ ବଢ଼ିବା ପରେ ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୮ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି। ଗତକାଲି ଦୁଇଟି ପର୍ଯ୍ୟାୟରେ ଡ୍ୟାମର ୪ଟି ଗେଟ୍ ଖୋଲାଯାଇଥିଲା। ଏହାପରେ ଆଜି ଆଉ ୩ଟି ଗେଟ୍ ଖୋଲିବା ସହ ଜଳ ନିଷ୍କାସନ ପାଇଁ ସକ୍ରିୟ ଗେଟ୍ ସଂଖ୍ୟା ୮ରେ ପହଞ୍ଚିଛି।
ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୫୬ ଫୁଟ୍ ରହିଛି। ଜଳଭଣ୍ଡାରର ଜଳସ୍ତର ସହ ଉପରମୁଣ୍ଡରୁ ଆସୁଥିବା ଜଳପ୍ରବାହକୁ ନଜରରେ ରଖି ପର୍ଯ୍ୟାୟକ୍ରମେ ଗେଟ୍ ଖୋଲାଯାଉଛି। ତେବେ ଏକାଥରକେ ଗେଟ୍ ସଂଖ୍ୟା ବଢ଼ିବା ପରେ ତଳମୁଣ୍ଡରେ ମହାନଦୀର ଜଳପ୍ରବାହ ଉପରେ ମଧ୍ୟ ନଜର ରଖାଯାଉଛି। ସମ୍ଭାବ୍ୟ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଜଳସ୍ତର ଏବଂ ପ୍ରଶାସନ ପକ୍ଷରୁ ଜାରି ହେଉଥିବା ପରବର୍ତ୍ତୀ ସୂଚନା ପ୍ରତି ନଜର ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।














Leave a Reply