ଢେଙ୍କାନାଳ: ଯୁବକ-ଯୁବତୀଙ୍କୁ ରାସ୍ତାରେ ଅଟକାଇ ମାଡ଼ ମାରିବା, ଦୁର୍ବ୍ୟବହାର କରିବା ଏବଂ ଏହାର ଭିଡିଓ ଭାଇରାଲ କରିବା ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ଗଁଦିଆ ପୁଲିସ। ବାପା-ପୁଅଙ୍କୁ ଗିରଫ କରିଛି ପୁଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ଗଁଦିଆ ଥାନା ବଣିଆ ଗାଁର ସଞ୍ଜୟ ନାୟକ ଓ ତାଙ୍କ ବାପା ଦିଜବର ନାୟକ। ଏହି ଘଟଣାରେ ପୁଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା। ଏବେ ବାପା-ପୁଅଙ୍କ ଗିରଫଦାରୀକୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି।
ସୂଚନା ଅନୁସାରେ, ଗଁଦିଆ ଥାନା ଅନ୍ତର୍ଗତ ସୋରିଶିଆପଦା ପଞ୍ଚାୟତର ଭଅଁରାଗଡ଼ା ଗାଁ ନିକଟରେ କପିଳାସରୁ ଫେରୁଥିବା ଜଣେ ଯୁବକ ଓ ଯୁବତୀଙ୍କୁ ରାସ୍ତାରେ ଅଟକାଇ କିଛି ଯୁବକ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଘଟଣାକୁ ନେଇ ଗଁଦିଆ ଥାନାରେ ମାମଲା ରୁଜୁ ହୋଇଛି। ମାମଲାରେ ଏଯାଏ ୫ ଜଣ ଗିରଫ ହୋଇଥିବା ବେଳେ, ଘଟଣାରେ ଜଡ଼ିତ ଅନ୍ୟମାନଙ୍କ ସମ୍ପର୍କରେ ଜାଣିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।














Leave a Reply