କୋରାପୁଟ: ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ପବନ ଯୋଗୁଁ କୋରାପୁଟ ଜିଲ୍ଲା ମାଳିଗୁଡା ଅଞ୍ଚଳରେ ଭୁଶୁଡ଼ି ପଡ଼ିଛି ୧୩୨ କେଭିର ଏକ ବିଦ୍ୟୁତ୍ ଟ୍ରାନ୍ସମିସନ୍ ଟାୱାର। ପ୍ରବଳ ପବନ ଓ ବର୍ଷାରେ ଟାୱାରଟି କ୍ଷତିଗ୍ରସ୍ତ ହୋଇ ତଳେ ପଡ଼ିଥିବା ଜଣାପଡ଼ିଛି।
ଟ୍ରାନ୍ସମିସନ୍ ଟାୱାର ଭୁଶୁଡ଼ିବା ପରେ ଏହାର ପ୍ରଭାବରେ ମାଳିଗୁଡା ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଛି। ଅଚାନକ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯିବାରୁ ଲୋକେ ଅସୁବିଧାରେ ପଡ଼ିଛନ୍ତି। ଘଟଣାର ଖବର ପାଇବା ପରେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଭୁଶୁଡ଼ି ପଡ଼ିଥିବା ଟାୱାରକୁ ହଟାଇବା ସହ ନଷ୍ଟ ହୋଇଥିବା ବିଦ୍ୟୁତ୍ ବ୍ୟବସ୍ଥାର ମରାମତି ପାଇଁ କାମ ଆରମ୍ଭ କରାଯାଇଛି। ଖୁବ୍ଶୀଘ୍ର ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି।














Leave a Reply