କଳିଙ୍ଗା ଘାଟିରେ ଧସୁଛି ରାସ୍ତା, ଘଟଣାସ୍ଥଳରେ ବିଧାୟକ

କନ୍ଧମାଳ: କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ନବନିର୍ମିତ ଗାର୍ଡ ୱାଲ୍ ଧସିବା ଘଟଣାକୁ ନେଇ ତତ୍ପରତା ବଢ଼ିଛି। ଗତ ୨୩ ତାରିଖରେ ଅନ୍ଧାରକୋଟ ମନ୍ଦିର ପୂର୍ବରୁ ନବନିର୍ମିତ ଗାର୍ଡ ୱାଲ୍ ଧସିଯାଇଥିବା ଘଟଣାର ସ୍ଥିତି ପରଖିବା ପାଇଁ ଆଜି ବିଧାନସଭା ଅଧିବେଶନ ଛାଡ଼ି କଳିଙ୍ଗା ଘାଟିରେ ପହଞ୍ଚିଥିଲେ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ।

କଳିଙ୍ଗାରେ ପହଞ୍ଚିବା ପରେ ଘାଟିର ଆରମ୍ଭରେ ନାକା ଯାଞ୍ଚ ହେଉଥିବା ସ୍ଥାନରେ ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ବିଧାୟକଙ୍କ ସହ ଆଲୋଚନା କରିଥିଲେ। ଘାଟିର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ମୋବାଇଲରେ ଉତ୍ତୋଳନ କରାଯାଇଥିବା ଭିଡିଓ ଦେଖାଇ ତହସିଲଦାର ବିଧାୟକଙ୍କୁ ସବିଶେଷ ସୂଚନା ଦେଇଥିଲେ। ତେବେ ଲଗାଣ ବର୍ଷା ମଧ୍ୟରେ କଳିଙ୍ଗା ଘାଟିରେ ଲଗାତାର ରାସ୍ତା ଧସି ଯାଉଥିବାରୁ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଏହି କାରଣରୁ ଧସିଥିବା ରାସ୍ତା ନିକଟକୁ ନ ଯିବା ପାଇଁ ବିଧାୟକଙ୍କୁ ପରାମର୍ଶ ଦେଇଥିଲେ ତହସିଲଦାର ସମୁଦ୍ର ମିଶ୍ର। ଘାଟିରେ ରାସ୍ତା ଧସିବା ଜାରି ରହିଥିବାରୁ ଅଧିକ ବିପଦର ଆଶଙ୍କା ମଧ୍ୟ ରହିଛି। ସ୍ଥିତି ଅନୁଧ୍ୟାନ ସମୟରେ ପ୍ରଶାସନ ପକ୍ଷରୁ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ଧସିଥିବା ଅଞ୍ଚଳକୁ ଯିବାରୁ ଦୂରେଇ ରହିବାକୁ ସତର୍କ କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial