ଭୁବନେଶ୍ୱର: ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ଓ ଗବେଷଣା ଅଡିଟୋରିୟମରେ ଆୟୋଜିତ ହୋଇଛି ସରକାରଙ୍କ ନିଯୁକ୍ତି ମେଳା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ମୋଟ ୧୧୦୧ ଜଣ ନବନିଯୁକ୍ତଙ୍କୁ ଏହି ଅବସରରେ ଆନୁଷ୍ଠାନିକ ଭାବେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।
ନବନିଯୁକ୍ତମାନଙ୍କୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ସମବାୟ ବିଭାଗରେ ନିଯୁକ୍ତି ଦିଆଯାଇଛି। ନିଯୁକ୍ତିପତ୍ର ପାଇବା ପରେ ନବନିଯୁକ୍ତମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଏହି ଅବସରରେ ଶିଶୁ, କିଶୋର ଓ ଯୁବବର୍ଗଙ୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟକୁ ନେଇ ପ୍ରସ୍ତୁତ ‘ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ’ ପୁସ୍ତକ ମଧ୍ୟ ଉନ୍ମୋଚନ କରାଯାଇଛି। ନିଯୁକ୍ତି ମେଳା ସହ ଯୁବବର୍ଗଙ୍କ ମାନସିକ ସ୍ୱାସ୍ଥ୍ୟ ନେଇ ସଚେତନତା ଓ ମାର୍ଗଦର୍ଶନକୁ ଗୁରୁତ୍ୱ ଦିଆଯାଇଛି।














Leave a Reply