ବାଲିକୁଦାରେ ୩୬ ଲିଟରରୁ ଅଧିକ ବିଦେଶୀ ମଦ ଜବତ, ଜଣେ ଗିରଫ

ବାଲିକୁଦା: ପାଟ୍ରୋଲିଂ ସମୟରେ ବାଲିକୁଦା ଥାନା ପୁଲିସକୁ ବଡ଼ ସଫଳତା। ଏକ ଅବକାରୀ ମାମଲା ଠାବ କରି ୩୬.୧୨୦ ଲିଟର ବିଦେଶୀ ମଦ ଜବତ କରିଛି ପୁଲିସ। ଏହି ଘଟଣାରେ କୋଳଥପାଟଣା ଗ୍ରାମର ନିରଞ୍ଜନ ସାହୁ ଓରଫ ନୀରା (୪୬)ଙ୍କୁ ଗିରଫ କରାଯାଇଛି। ନିରଞ୍ଜନ ଫକୀରଚରଣ ସାହୁଙ୍କ ପୁଅ ବୋଲି ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ନିରଞ୍ଜନଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ ହୋଇଛି। ଜବତ ମଦ ମଧ୍ୟରେ ମ୍ୟାକଡୋୱେଲ୍‌ସ ନମ୍ବର-୧ ରମ୍‌ର ୧୮୦ ମି.ଲି.ର ୪୮ଟି ଓ ୩୭୫ ମି.ଲି.ର ୩ଟି ବୋତଲ ରହିଛି।

ସେହିପରି ଓଲ୍ଡ ମଙ୍କର ୧୮୦ ମି.ଲି.ର ୧୦ଟି ଓ ୩୭୫ ମି.ଲି.ର ୨ଟି ବୋତଲ, ରୟାଲ ଷ୍ଟାଗ୍‌ର ୧୮୦ ମି.ଲି.ର ୧୪ଟି ବୋତଲ, ମ୍ୟାକଡୋୱେଲ୍‌ସ ନମ୍ବର-୧ ହ୍ୱିସ୍କିର ୧୮୦ ମି.ଲି.ର ୯୨ଟି ବୋତଲ ଏବଂ ରୟାଲ ଚ୍ୟାଲେଞ୍ଜ ହ୍ୱିସ୍କିର ୧୮୦ ମି.ଲି.ର ୨୦ଟି ଓ ୩୭୫ ମି.ଲି.ର ୩ଟି ବୋତଲ ଜବତ କରାଯାଇଛି। ଏହି ଘଟଣାକୁ ନେଇ ବାଲିକୁଦା ଥାନାରେ କେସ୍‌ ନମ୍ବର ୩୪୩, ତାରିଖ ୨୬/୦୯/୨୦୨୬ ରୁଜୁ ହୋଇଛି। ଓଡ଼ିଶା ଅବକାରୀ ଆଇନ, ୨୦୦୮ର ଧାରା ୫୨(ଏ) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ନିରଞ୍ଜନ ସାହୁଙ୍କୁ ପୁଲିସ ଅଦାଲତରେ ହାଜର କରିବା ପାଇଁ ପଠାଇଛି। ଘଟଣା ସମ୍ପର୍କରେ ପୁଲିସର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial