କଳାହାଣ୍ଡି: ପୁଣି ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ୍। ଜଳଭଣ୍ଡାରର ଜଳସ୍ତର ବଢ଼ିବା ପରେ ରାତି ୨ଟା ସମୟରେ ୩ ନମ୍ବର ଗେଟ୍ ଖୋଲାଯାଇଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର ଥିବାବେଳେ ଗତକାଲି ରାତି ୧୦ଟା ସୁଦ୍ଧା ଜଳସ୍ତର ୬୪୧.୬୫ ମିଟର ଅତିକ୍ରମ କରିଥିଲା। ଏହାପରେ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ଅନୁମୋଦନ ପରେ ଗେଟ୍ ଖୋଲାଯାଇଥିବା ସୂଚନା ମିଳିଛି।
ବର୍ତ୍ତମାନ ଇନ୍ଦ୍ରାବତୀ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪୪୬.୨୩୬ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ସେହିପରି ୨୪୦.୨୧୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ଜଳସ୍ତର ସହ ଜଳର ପ୍ରବେଶ ଓ ନିଷ୍କାସନ ଉପରେ ବିଭାଗୀୟ ଅଧିକାରୀମାନେ ନିରନ୍ତର ନଜର ରଖିଛନ୍ତି। ଗେଟ୍ ଖୋଲାଯିବା ପରେ ତଳମୁଣ୍ଡ ଅଞ୍ଚଳରେ ଜଳପ୍ରବାହ ବଢ଼ିବାର ସମ୍ଭାବନା ଥିବାରୁ ସ୍ଥିତି ଉପରେ ନଜର ରଖାଯାଉଛି। ଜଳଭଣ୍ଡାରର ଜଳସ୍ତର ଏବଂ ଆଗାମୀ ଦିନରେ ଜଳ ପ୍ରବେଶର ପରିମାଣକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି।














Leave a Reply