ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଖସିପଡ଼ିଲେ ମହିଳା, ତତ୍ପରତା ଦେଖାଇ ବଞ୍ଚାଇଲେ RPF ଏଏସଆଇ

ତାଳଚେର: ତାଳଚେର ହାଣ୍ଡିଧୂଆଁ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଜଣେ ମହିଳା ଯାତ୍ରୀ ଖସିପଡ଼ିବା ଘଟଣାରେ ଅଳ୍ପକେ ଟଳିଛି ଏକ ବଡ଼ ଅଘଟଣ। ଡ୍ୟୁଟିରେ ଥିବା RPF ଏଏସଆଇ ରାକେଶ ଅମାନ୍ତ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳା ଯାତ୍ରୀଙ୍କୁ ଟ୍ରେନ୍‌ ଭିତରକୁ ଟାଣି ଆଣି ତାଙ୍କ ଜୀବନ ରକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ହାଣ୍ଡିଧୂଆଁ ଷ୍ଟେସନରେ ଟ୍ରେନ୍‌ଟି ଚଳାଚଳ କରୁଥିବା ସମୟରେ ଜଣେ ମହିଳା ଯାତ୍ରୀ ଟ୍ରେନ୍‌ରେ ଚଢ଼ିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସେ ଭାରସାମ୍ୟ ହରାଇ ଖସିପଡ଼ିଥିଲେ। ଘଟଣା ଦେଖି ଡ୍ୟୁଟିରେ ଥିବା RPF ଏଏସଆଇ ରାକେଶ ଅମାନ୍ତ ବିଳମ୍ବ ନକରି ତୁରନ୍ତ ଦୌଡ଼ି ଯାଇଥିଲେ। ରାକେଶ ଅମାନ୍ତ ତତ୍କାଳ ମହିଳାଙ୍କୁ ଟ୍ରେନ୍‌ ଭିତରକୁ ଠେଲି ଦେଇଥିଲେ। ଫଳରେ ଏକ ବଡ଼ ଅଘଟଣ ଟଳିଯାଇଥିଲା ଏବଂ ମହିଳା ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। RPF ଅଧିକାରୀଙ୍କ ଏହି ତତ୍ପରତା ଯୋଗୁଁ ଘଟଣାଟି ଭୟଙ୍କର ରୂପ ନେବାରୁ ରୋକାଯାଇଥିଲା। ଷ୍ଟେସନରେ ଥିବା ଯାତ୍ରୀ ଓ ଅନ୍ୟମାନେ RPF ଏଏସଆଇଙ୍କ ତୁରନ୍ତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial