କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ରାଜପୁର ଗାଁର ଶୁଭଶ୍ରୀ ଦାସଙ୍କ ମୃତ୍ୟୁକୁ ନେଇ ବଢ଼ିଛି ସନ୍ଦେହ। ଶୁଭଶ୍ରୀଙ୍କ ମୃତ୍ୟୁ କେମିତି ହେଲା ଏବଂ ତାଙ୍କ ମୃତଦେହ କୁଆଡ଼େ ଗଲା, ତାହା ଏବେ ପୁଲିସ ପାଇଁ ବଡ଼ ପ୍ରଶ୍ନ ହୋଇଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଜୋରଦାର କରିବା ସହ ମୃତଦେହର ସନ୍ଧାନ ଜାରି ରଖିଛି।
ଅଭିଯୋଗ ଅନୁସାରେ, ଶୁଭଶ୍ରୀଙ୍କ ମୃତଦେହରେ ପଥର ବାନ୍ଧି ନଦୀକୁ ଫିଙ୍ଗି ଦିଆଯାଇଛି। ତେବେ ଏହି ଅଭିଯୋଗର ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ଘଟଣାର ଛାନଭିନ୍ କରୁଛି। ମୃତଦେହ ଉଦ୍ଧାର ପାଇଁ ନଦୀରେ ମଧ୍ୟ ଖୋଜାଖୋଜି ଚାଲିଛି। ଏହି ଘଟଣାରେ ଶୁଭଶ୍ରୀଙ୍କ ପରିବାର ସଦସ୍ୟ, ଜଣେ ବୋଟ୍ ଡ୍ରାଇଭରଙ୍କ ସମେତ ମୋଟ ୫ ଜଣଙ୍କୁ ପୁଲିସ ପଚରାଉଚରା କରୁଛି। ଶୁଭଶ୍ରୀଙ୍କ ମୃତ୍ୟୁ ପଛରେ କଣ କାରଣ ରହିଛି, ଘଟଣା ପରେ ମୃତଦେହ କୁଆଡ଼େ ଗଲା ଏବଂ ଏଥିରେ କାହାର ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଆଗକୁ ବଢ଼ାଯାଉଛି।
ଅନ୍ୟପଟେ ସୋସିଆଲ ମିଡିଆରେ ଶୁଭଶ୍ରୀଙ୍କ ମୃତଦେହ ବୋଲି ଦାବି କରାଯାଇ ଏକ ଫଟୋ ଭାଇରାଲ୍ ହେଉଛି। ହେଲେ ଭାଇରାଲ୍ ହେଉଥିବା ଫଟୋଟି ପ୍ରକୃତରେ ଶୁଭଶ୍ରୀଙ୍କର କି ନୁହେଁ, ତାହା ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଫଟୋର ସତ୍ୟତା ଯାଞ୍ଚ ସହ ଘଟଣାର ପ୍ରକୃତ ତଥ୍ୟ ଜାଣିବାକୁ ପୁଲିସ ତଦନ୍ତ ଜାରି ରଖିଛି। ମୃତଦେହ ଉଦ୍ଧାର ଓ ତଦନ୍ତ ଆଗକୁ ବଢ଼ିଲେ ହିଁ ଶୁଭଶ୍ରୀଙ୍କ ମୃତ୍ୟୁ ପଛର ସତ୍ୟ ସାମ୍ନାକୁ ଆସିବ।














Leave a Reply