ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ସୁବର୍ଣ୍ଣନଗରରେ ଏକ ଭଡ଼ାଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ହେଲେ ଯାଜପୁର ପାଣିକୋଇଲି ଅଞ୍ଚଳର ଉମେଶ ନାଏକ। ସେ ଜିଓ ଅପ୍ଟିକାଲ ଫାଇବରରେ କାମ କରୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଉମେଶ କିଛି ସହଯୋଗୀଙ୍କ ସହ ସୁବର୍ଣ୍ଣନଗରରେ ଏକ ଭଡ଼ାଘରେ ରହୁଥିଲେ। ଗତ ରାତିରେ ଘର ଭିତରେ ତାଙ୍କ ମୃତଦେହ ଥିବା ଜଣାପଡ଼ିଥିଲା। ପରେ ସକାଳୁ ସହଯୋଗୀମାନେ ଘଟଣା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉମେଶଙ୍କ ମୃତଦେହ ଜବତ କରିଛି। ତାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ବିଭିନ୍ନ ଦିଗ ନେଇ ତଦନ୍ତ ଆରମ୍ଭ କରିଛି। ଭଡ଼ାଘରେ ତାଙ୍କ ସହ ରହୁଥିବା ସହଯୋଗୀମାନଙ୍କଠାରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ତଦନ୍ତ ପରେ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।














Leave a Reply