ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ଚାଳକ

ବାରିପଦା: ବାରିପଦା ତକତପୁର ନିକଟ ଜାତୀୟ ରାଜପଥ-୧୮ରେ ଚଳନ୍ତା କାର୍‌ରେ ଅଚାନକ ନିଆଁ ଲାଗି ଏହା ସମ୍ପୂର୍ଣ୍ଣ ଜଳିଯାଇଛି। ଦିନ ପ୍ରାୟ ୧୧ଟା ସମୟରେ ବାଲେଶ୍ୱର ପଟୁ ବାରିପଦା ଅଭିମୁଖେ ଯାଉଥିବା କାର୍‌ରେ ହଠାତ୍ ନିଆଁ ଲାଗିଥିଲା। ତେବେ ଚାଳକ ତୁରନ୍ତ ଗାଡ଼ିରୁ ଓହ୍ଲାଇ ପଡ଼ିଥିବାରୁ ବଡ଼ ଅଘଟଣ ଟଳିଯାଇଛି।

ନିଆଁ ଲାଗିବାର କିଛି କ୍ଷଣ ମଧ୍ୟରେ କାର୍‌ଟି ହୁତୁହୁତୁ ହୋଇ ଜଳିଯାଇଥିଲା। ଘଟଣାକୁ ନେଇ ରାସ୍ତାରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ସୌଭାଗ୍ୟବଶତଃ ଚାଳକ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ ଲିଭିବା ବେଳକୁ କାର୍‌ଟି ସମ୍ପୂର୍ଣ୍ଣ ଭାବେ ପୋଡ଼ିଯାଇଥିଲା। ପ୍ରାଥମିକ ଭାବେ ସର୍ଟ ସର୍କିଟ୍‌ କାରଣରୁ କାର୍‌ରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ନେଇ ଆହୁରି ଯାଞ୍ଚ ଆବଶ୍ୟକ। ଘଟଣାରେ କେହି ଆହତ ହୋଇନଥିବା ବେଳେ ଗାଡ଼ିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial