ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ରାଜ୍ୟପାଳ, ବିକାଶ ଓ କେନ୍ଦ୍ରୀୟ ଯୋଜନା ନେଇ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଗୁରୁବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶାର ବିକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ସହ ରାଜ୍ୟରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଓ ଅଗ୍ରଗତି ନେଇ ଆଲୋଚନା ହୋଇଛି। ସାକ୍ଷାତ ସମୟରେ ରାଜ୍ୟପାଳ କମ୍ଭମପତି ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ଏବଂ ସେଗୁଡ଼ିକର ଅଗ୍ରଗତି କିଭଳି ରହିଛି, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିସହ ରାଜ୍ୟର ବିକାଶ ସହ ଜଡ଼ିତ ବିଭିନ୍ନ ବିଷୟ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ସେହିପରି ଓଡ଼ିଶା ଲୋକ ଭବନକୁ ନିକଟରେ ମିଳିଥିବା IGBC ପ୍ଲାଟିନମ୍ ସାର୍ଟିଫିକେସନ୍ ସମ୍ପର୍କରେ ମଧ୍ୟ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ପରିବେଶ ଅନୁକୂଳ ଭିତ୍ତିଭୂମି ଓ ନିର୍ମାଣ କ୍ଷେତ୍ରରେ ଏହି ସାର୍ଟିଫିକେସନ୍‌ର ଗୁରୁତ୍ୱ ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି। ସାକ୍ଷାତକାର ଶେଷରେ ରାଜ୍ୟପାଳ ଡ. କମ୍ଭମପତି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ପରସ୍ପର ମଧ୍ୟରେ ସ୍ମାରକୀ ଆଦାନପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial