ବରଗଡ଼: ଜଗନ୍ନାଥ ଧାମ ପୁରୀ ଦର୍ଶନ ପାଇଁ ଇନ୍ଦୋରରୁ ଆସୁଥିଲେ। ହେଲେ ଅଧାବାଟରେ ଘଟିଗଲା ଅଘଟଣ। ସୋହେଲା ମଧୁପୁର ଅଞ୍ଚଳରେ ପରିବାରର ଗାଡ଼ି ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ଜଣେ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଦେବେନ୍ଦ୍ର ଗିରି। ସୂଚନା ଅନୁସାରେ, ଇନ୍ଦୋରରୁ ଏକ ପରିବାର ପୁରୀ ଆସି ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଯାତ୍ରା କରୁଥିଲେ। ତେବେ ସୋହେଲା ମଧୁପୁର ଅଞ୍ଚଳରେ ସେମାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଦେବେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡ଼ିରେ ଥିବା ଅନ୍ୟ ୬ ଜଣ ଆହତ ହୋଇଛନ୍ତି।
ଦୁର୍ଘଟଣା ପରେ ଆହତମାନଙ୍କୁ ଚିକିତ୍ସା ପାଇଁ ନିଆଯାଇଛି। ଆହତଙ୍କ ମଧ୍ୟରୁ ୩ ଜଣଙ୍କୁ ସୋହେଲାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେହିପରି ଅନ୍ୟ ୩ ଜଣଙ୍କୁ ବରଗଡ଼ ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଉଛି। ପୁରୀ ଦର୍ଶନ ପାଇଁ ଯାଉଥିବା ପରିବାର ଅଧାବାଟରେ ଦୁର୍ଘଟଣାର ଶିକାର ହେବା ଘଟଣାକୁ ନେଇ ଦୁଃଖର ଛାୟା ଖେଳିଯାଇଛି। ଦୁର୍ଘଟଣାର ସବିଶେଷ କାରଣ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିନାହିଁ।














Leave a Reply