ଆଜି ଉତ୍କଳ ଦିବସ; ଓଡିଶାବାସୀଙ୍କ ପାଇଁ ଦିନଟିଏ !

ଓଡ଼ିଶାର ଅନେକ ବରପୁତ୍ର ମାନଙ୍କ ସଂଘର୍ଷ, ତ୍ୟାଗ, ବଳିଦାନ ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଭାଷା ଭିତ୍ତିରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ଏହି ଦିନକୁ ଚିରସ୍ମରଣୀୟ କରିବା ପାଇଁ ଓଡ଼ିଶାବାସୀ ଉତ୍କଳ ଦିବସ ରୂପେ ପାଳିତ କରୁଛନ୍ତି । ତେବେ ଆଜି ରାଜ୍ୟର ବହୁ ଜାଗାରେ ଉତ୍କଳ ଦିବସ ପାଳନ କରାଯାଉଛି। ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ଓ ଜିଲ୍ଲା କାର୍ଯ୍ୟାଳୟମାନଙ୍କରେ ଉତ୍କଳ ଦିବସ ପାଳନ କରାଯାଉଛି । ସବୁ ରାଜନୈତିକ ଦଳ ନିଜ ନିଜ ଭବନରେ ଉତ୍କଳ ଦିବସ ପାଳିବା ସହ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ବରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ସେମାନଙ୍କ ଅବଦାନ ବିଷୟରେ ଆଲୋଚନା କରାଯାଉଛି। ଗାଁଠୁ ସହର ଯାଏଁ ଓଡ଼ିଶା ଦିବସ କାର୍ଯ୍ୟକ୍ରମର ପାଳନ ହେବା ସହ ସମସ୍ତ ବିଧାୟକ, ସାଂସଦ, ନିର୍ବାଚନମଣ୍ଡଳୀ ନେତୃତ୍ବ, ଜିଲ୍ଲା ପରିଷଦ ସଭାପତି, ପୌରାଧ୍ୟକ୍ଷଙ୍କ ସହିତ ଯୁବ, ଛାତ୍ର, ମହିଳା, କୃଷକ, ଶ୍ରମିକ ସଙ୍ଗଠନର ଆବାହକମାନଙ୍କୁ ସାମିଲ ହେବା ପାଇଁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)