ଏପ୍ରିଲ ୨୨ ଓ ୨୩ ତାରିଖରେ ମିଳିବ ସୁଭଦ୍ରା ଟଙ୍କା; ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା ।

ସୁଭଦ୍ରା ଟଙ୍କାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ଏପ୍ରିଲ ୨୨ ଓ ୨୩ ତାରିଖରେ ମିଳିବ ପ୍ରଥମ ଓ ଦ୍ୱିତୀୟ କିସ୍ତି ନପାଇଥିବା ସୁଭଦ୍ରା ଟଙ୍କା । ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁଭଦ୍ରା ଯୋଜନାରୁ ବାଦ ପଡ଼ିଛନ୍ତି ୧ ଲକ୍ଷ ୭୦ ହଜାର ହିତାଧିକାରୀ । ଏହି ୨ୟ ପର୍ଯ୍ୟାୟରେ ଆକାଉଣ୍ଟକୁ ଆସିବ ଟଙ୍କା । ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ପାଇଛନ୍ତି ।ସେହିଭଳି ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା । ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଛନ୍ତି । ଦ୍ଵିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ୬୦ ହଜାର ଟଙ୍କା ପଠାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)